କନକ ବ୍ୟୁରୋ : କେରଳରେ ଫଶିଥିବା ଦୁଇ ଓଡ଼ିଆ ଡାକ୍ତରଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଡାକ୍ତର ନିଖୋଜ ଅଛନ୍ତି । ତାଙ୍କୁ ଠାବ କରିବାକୁ ଚେଷ୍ଟା ଜାରି ରହିଛି । ମୃତଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ କେରଳ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । କେରଳର ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ସେଠାକାର ଓଡ଼ିଆ ଅଧିକାରୀଙ୍କ ସହ ଓଡିଶା ସ୍ୱତନ୍ତ୍ର ରିଲିଫ କମିଶନର କଥା ହୋଇଛନ୍ତି । କେରଳ ୱାଏନାଡରେ ହୋଥିବା ଲ୍ୟାଣ୍ଡ ସ୍ଲାଇଡରେ ଓଡ଼ିଶାର ଦୁଇଟି ପରିବାର ଫସି ରହିଥିବା ଜଣାପଡ଼ିଛି ।
କଟକ ଚୌଦ୍ୱାର ହାଉସିଂ ବୋର୍ଡ ବାସିନ୍ଦା ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରା ଓ ବନ୍ଧୁ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ପତ୍ତା ମିଳୁନି । ଏମାନେ ଭୂସ୍ଖଳନରେ ନିଖୋଜ ଥିବା ବିଷ୍ଣୁଙ୍କ ବାପା ଅମର ପ୍ରସାଦ ଚିନାରା ସୂଚନା ଦେଇଛନ୍ତି । ତେବେ ତାଙ୍କ ପତ୍ନୀ ସୁରକ୍ଷିତ ଥିବା ଜଣାପଡ଼ିଛି । ବାୟୁ ସେନା ଏବଂ ଏନଡିଆରଏଫ ଟିମ୍ ସହ ମଧ୍ୟ ଯୋଗାଯୋଗ କରାଯାଇଛି । କେରଳ ସରକାରଙ୍କଠାରୁ ନିୟମିତ ଅପଡେଟ ନିଆଯାଉଛି । ସେପଟେ ରାଜସ୍ୱ ବିଭାଗ ଓ ଜିଲ୍ଲା ପ୍ରଶାସନ ଉଭୟ ନିଖୋଜଙ୍କ ପରିବାର ପାଖରେ ପହଞ୍ଚିଛନ୍ତି । ମହାପ୍ରଭୁଙ୍କ କୃପାରୁ ଉଭୟ ଡାକ୍ତର ଖୁବ ଶୀଘ୍ର ଉଦ୍ଧାର ହେବେ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।