କନକ ବ୍ୟୁରୋ: ସୁପ୍ରିମକୋର୍ଟରେ ହୋଇଛି ଅଦାନୀ ଗ୍ରୁପ ଓ ହିଣ୍ଡେନବର୍ଗ ମାମଲାର ଶୁଣାଣି । ବଡ କଥା ହେଉଛି ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି, ଅଦାନୀ ମାମଲାରେ ଯାହା ଯୁକ୍ତି ରଖୁଛନ୍ତି ଭାବିଚିନ୍ତି ରଖନ୍ତୁ । କାରଣ ଏହାର ସିଧା ପ୍ରଭାବ ସେୟାର ବଜାର ଉପରେ ପଡୁଛି । ଆସିଥିବା ଅଭିଯୋଗର ଯାଞ୍ଚ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ସୁପ୍ରିମକୋର୍ଟ । ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
ଅଦାନୀ ଗ୍ରୁପ ବିରୋଧରେ ହିଣ୍ଡେନବର୍ଗ ପ୍ରକାଶ କରିଥିବା ରିପୋର୍ଟକୁ ଉଲ୍ଲେଖ କରି ଆବେଦନକାରୀ ଏମଏଲ ଶର୍ମା, ବିଶାଲ ତିୱାରୀ କହିଛନ୍ତି, ରିପୋର୍ଟ ପ୍ରକାଶ କରି ବେଶ ଲାଭବାନ ହୋଇଛି ସଂପୃକ୍ତ ସଂସ୍ଥା । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ଯେଉଁ ସବୁ ଅଭିଯୋଗ ଆସିଛି, ତା’ର ତଦନ୍ତ ଆରମ୍ଭ କରିଛି ସେବି । ତେବେ ସୁପ୍ରିମକୋର୍ଟ କହିଛନ୍ତି, ଭାରତୀୟ ନିବେଶକଙ୍କ ସୁରକ୍ଷା ହେଉଛି ପ୍ରାଥମିକତା । ଭବିଷ୍ୟତରେ ନିବେଶକଙ୍କ ଟଙ୍କା କିପରି ସୁରକ୍ଷିତ ରହିବ ପଦକ୍ଷେପ ନିଆଯାଉ ।
ହିଣ୍ଡେନବର୍ଗର ରିପୋର୍ଟ ଯୋଗୁଁ ବ୍ୟାପକ କ୍ଷତି ହେବା ପରେ ହିଣ୍ଡେନବର୍ଗ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେବ ଅଦାନୀ ଗ୍ରୁପ୍ । ଏଥିପାଇଁ ଆମେରିକାର ସବୁଠୁ ଦାମୀ ଲିଗାଲ ଫର୍ମ ୱାଚ୍ଟେଲ୍ ସହ ଆଲୋଚନା କରାଯାଉଛି । ସେପଟେ ଅଦାନୀ ଗ୍ରୁପକୁ ଆଶ୍ୱସ୍ତି ଦେଇଛି ଏଲଆଇସି । ଏଲଆଇସି ପକ୍ଷରୁ କୁହାଯାଇଛି, ଅଦାନୀ ଗ୍ରୁପରେ ନିବେଶ ହୋଇଥିବା ଅର୍ଥ ପ୍ରତ୍ୟାହାର କରାଯିବ ନାହିଁ ।