ପାଞ୍ଚ ମାସର ଶିଶୁକୁ ଦିଆଯିବ ୧୬କୋଟି ଟଙ୍କାର ଇନଜେକସନ, ପରିବାର ଲୋକ ଏପରି ଏକାଠି କରୁଛନ୍ତି ଟଙ୍କା

2,056

କନକ ବ୍ୟୁରୋ: ପାଞ୍ଚ ମାସର ଜଣେ ଶିଶୁ ମୁମ୍ବାଇ ହସ୍ପିଟାଲରେ ଜୀବନମରଣ ସହ ସଂଘର୍ଷ କରୁଛି। ଶିଶୁଟିର ଜୀବନ ବଞ୍ଚାଇବା ପାଇଁ ଦୁନିଆର ସବୁଠାରୁ ମହଙ୍ଗା ଇନଜେକସନ ଦିଆଯିବ। ତୀରା କାମତ ନାମକ ଶିଶୁକୁ ଏସଏମଏ-ଟାଇପ ୧ ରୋଗ ହୋଇଛି। ଏହି ରୋଗର ଚିକିତ୍ସା ପାଇଁ ଆମେରିକାରୁ ଆସୁଥିବା ଇନଜେକସନ ମୂଲ୍ୟ ୧୬କୋଟି ଟଙ୍କା ରହିଛି। ଶିଶୁର ପିତା-ମାତା ଝିଅର ଚିକିତ୍ସା ପାଇଁ ବହୁତ କଷ୍ଟରେ ସୋସିଆଲ ମିଡିଆରୁ ପାଖାପାଖି ୧୦କୋଟି ଟଙ୍କା ଏକାଠି କରି ପାରିଛନ୍ତି।

ତୀରା କାମତ ଶିଶୁର ଚିକିତ୍ସା ମୁମ୍ବାଇର ଏକ ହସ୍ପିଟାଲରେ ଚାଲିଛି। ତୀରା ଏସଏମଏ-ଟାଇପ ୧ ରୋଗ ସହିତ ସଂଘର୍ଷ କରୁଛି। ଏକ୍ସପର୍ଟଙ୍କ କହିବାନୁସାରେ, ଏହି ରୋଗରେ ଆକ୍ରାନ୍ତ ହେଉଥିବା ରୋଗୀଙ୍କୁ ଯଦି ଏଭଳି ଇନଜେକସନ ଦିଆ ନଯାଏ ତେବେ ୧୮ମାସ ମଧ୍ୟରେ ଉକ୍ତ ରୋଗୀର ଜୀବନ ଚାଲିଯିବାର ସମ୍ଭାବନା ରହିଛି। ସେଥିପାଇଁ ଆମେରିକାରୁ ଏହି ମହଙ୍ଗା ଇନଜେକସନ ମଗାଇବା ଜରୁରୀ । ଏହି ଇନଜେକସନ ମୂଲ୍ୟ ୧୬କୋଟି ଟଙ୍କା ରହିଛି। ତୀରାଙ୍କ ସ୍ବାସ୍ଥ୍ୟକୁ ନେଇ ପରିବାର କ୍ରମାଗତ ଟୁଇଟରରେ ପୋଷ୍ଟ କରିଥାଆନ୍ତି। ଏହା ଜରିଆରେ ପରିବାରଲୋକ ଶିଶୁର ଚିକିତ୍ସା ପାଇଁ ଏତେ ପରିମାଣରେ ଟଙ୍କା ଏକାଠି କରିପାରିଛନ୍ତି। ଏଥିସହିତ ଲୋକମାନଙ୍କ ସମର୍ଥନ ବି ତୀରା ଓ ତାଙ୍କ ପିତା ମିହିର ଓ ପ୍ରିୟଙ୍କାଙ୍କୁ ମିଳୁଛି।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ। ସେ ମୋଦୀଙ୍କୁ ଅନୁରୋଧ କରି କହିଥିଲେ କି ବାହାରୁ ଆସୁଥିବା ଇନଜେକସନର ଟାକ୍ସକୁ ଛାଡ଼ କରାଯାଉ। ଏହି ଘଟଣାକୁ ମୋଦୀ ଗୁରୁତର ସହ ନେଇ ଇନଜେକସନ ଟାକ୍ସରେ ପାଖାପାଖି ୬କୋଟି ଟଙ୍କା ଛାଡ଼ କରିଛନ୍ତି।