କନକ ବ୍ୟୁରୋ : ଚିକିତ୍ସା ବିଜ୍ଞାନରେ ଆଉ ଏକ ସଫଳତା ହାତେଇବାକୁ ଯାଉଛି ଦେଶ । ସର୍ଭିକାଲ କ୍ୟାନସର ବିରୋଧୀ ଲଢେଇ ପାଇଁ ଦେଶର ପ୍ରଥମ ଭ୍ୟାକସିନ ଗୁରୁବାର ମିଳିବାକୁ ଯାଉଛି । ସେରମ ଇନଷ୍ଟ୍ୟୁଚ୍ଟ ଅଫ ଇଣ୍ଡିଆ ଗୁରୁବାର ଟିକା ଲଂଚ କରିବ । ସେରମ ଓ ବାୟୋଟେକ୍ନୋଲୋଜିି ମିଳିତ ଭାବେ ଏହି ଭ୍ୟାକସିନକୁ ଲଂଚ କରିବେ । ଏହି ଭ୍ୟାକସିନ ଦ୍ୱାରା ମହିଳମାନଙ୍କୁ ସଭିକାଲ କ୍ୟାନସରୁ ସୁରକ୍ଷା ଦିଆଯାଇପାରିବ । ପ୍ରଥମ ପଯ୍ୟାୟରେ ୧୦ରୁ ୧୪ ବର୍ଷର ଝିଅଙ୍କୁ ଦିଆଯିବ ଏହି ପ୍ରିକସନ ଟିକା ।

Advertisment

ଦେଶରେ ପ୍ରତି ୮ମିନିଟରେ ଜଣେ ମହିଳାଙ୍କ ମୃତ୍ୟୁ କେବଳ ଆଉ କେବଳ ଏହି ସର୍ଭିକାଲ କ୍ୟାନସର ପାଇଁ ହେଉଛି । ଏହା ଭିତରେ ଭ୍ୟାକସିନ ସଂଜବନୀ କାମ ତୁଳାଇପାରେ । ସର୍ଭିକାଲ କ୍ୟାନସର ସଂଖ୍ୟାରେ ଭାରତ ଦୁନିଆ ୫ମ ସ୍ଥାନରେ ରହିଛି । ପ୍ରାୟତ ୧୫ରୁ ୪୪ ବର୍ଷର ମହିଳାଙ୍କ ନିକଟରେ ଏହା ବିଶେଷ କରି ପରିଲିକ୍ଷିତ ହୁଏ । ଦୁନିଆରେ ଦେଖାଯାଉଥିବା କ୍ୟାନସର ମଧ୍ୟରେ ଏହା ୨ୟ କ୍ୟାନସର ଯାହା ସାଧାରଣତ ଦେଖାଯାଏ । ଡବ୍ଲୁଏଚଓର ଇଂଟରନ୍ୟାଶନାଲ ଏଜେନ୍ସି ଫର ରିସର୍ଚ୍ଚ ଆଣ୍ଡ କ୍ୟାନସରର ରିର୍ପୋଟ ଅନୁସାରେ ଭାରତରେ ପ୍ରତିବର୍ଷ ୧ଲକ୍ଷ ୨୩ ହଜାର ମହିଳା ଏହି କ୍ୟାନସରରେ ଆକ୍ରାନ୍ତ େଉଛନ୍ତି ଓ ସେମାନଙ୍କ ମଧ୍ୟରୁ ୬୭ହଜାଙ୍କ ମୃତ୍ୟୁ ହେଉଛି ।