ଏକ ଭାରତୀୟ ବଂଶୋଦ୍ଭବ ଶିଖ ଦମ୍ପତିଙ୍କୁ ଆମେରିକାର ଫେଡେରାଲ୍ ଜଜ୍ 'ବାଧ୍ୟତାମୂଳକ ଶ୍ରମ ଏବଂ ଶୋଷଣ'ରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ସମ୍ପୃକ୍ତ ଦମ୍ପତି ପିଡ଼ିତାଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଆମେରିକାକୁ ଡକେଇଥିଲେ । ସେଠାରେ ତାଙ୍କୁ ଶୋଷଣ କରି ନର୍କ ଭଳି ଜୀବନଯାପନ କରିବାକୁ ବାଧ୍ୟ କରିଥିଲେ ବୋଲି ପୀଡିତା ଅଭିଯୋଗ କରିଥିଲେ । ମାନବ ଚାଲାଣ ଏକ ଗୁରୁତର ଅପରାଧ ବୋଲି କୋର୍ଟ ସ୍ୱୀକାର କରିଛନ୍ତି ।
ଆମେରିକାର ଭର୍ଜିନିଆରେ, ଭାରତୀୟ ବଂଶୋଦ୍ଭବ ଶିଖ୍ ଦମ୍ପତି ହରମାନପ୍ରୀତ ସିଂ,୩୦ ଓ କୁଲବୀର କୌର, ୪୩ ଙ୍କୁ ନିଜ ସମ୍ପର୍କୀୟଙ୍କୁ ବାଧ୍ୟ କରି କାର୍ଯ୍ୟରେ ନିଯୋଜିତ କରିବା, ସେମାନଙ୍କୁ ଦୀର୍ଘ ବର୍ଷ ଧରି ମାନସିକ ତଥା ଶାରୀରିକ ନିର୍ଯାତନା ଦେବା, ଧମକ ଦେବା ଏବଂ ସମ୍ପର୍କୀୟଙ୍କ ଇମିଗ୍ରେସନ ଡକ୍ୟୁମେଣ୍ଟ ଲୁଚେଇ ରଖିବା ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି ଦମ୍ପତି ଭର୍ଜିନିଆର ଉତ୍ତର ଚେଷ୍ଟରଫିଲ୍ଡରେ ଏକ ଗ୍ୟାସ୍ ଷ୍ଟେସନ୍ ଏବଂ ଷ୍ଟୋର ଚଳାଉଥିଲେ, ଯେଉଁଠାରେ ସେମାନେ ନିଜ ସମ୍ପର୍କୀୟଙ୍କୁ ସର୍ବନିମ୍ନ ମଜୁରିରେ ଦୀର୍ଘ ଘଣ୍ଟା କାମ କରିବାକୁ ବାଧ୍ୟ କରାଉଥିଲେ । ଦୁଇ ସପ୍ତାହ ଧରି ଚାଲିଥିବା ଶୁଣାଣି ପରେ ସେ ଭର୍ଜିନିଆର ପୂର୍ବ ଜିଲ୍ଲା ଅନ୍ତର୍ଗତ ଏକ ଫେଡେରାଲ୍ ଜଜ୍ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ।
ମାମଲା ଚାଲିଥିବା ସମୟରେ ଉପସ୍ଥାପିତ ପ୍ରମାଣରୁ ଜଣାପଡିଛି ଯେ ମାର୍ଚ୍ଚ ୨୦୧୮ ରୁ ମେ ୨୦୨୧ ମଧ୍ୟରେ ଏହି ଦମ୍ପତି ଭାରତୀୟ ସମ୍ପର୍କୀୟଙ୍କୁ ନିଜ ଦୋକାନରେ କାମ କରିବାକୁ ବାଧ୍ୟ କରିଥିଲେ । ସିଂ ଏବଂ କୌର ସେହି ସମୟରେ ନାବାଳିକା ଥିବା ନିଜ ସମ୍ପର୍କୀୟା ପୀଡିତାଙ୍କୁ ଆମେରିକାରେ ୨୦୧୮ ମସିହାରେ ବିଦ୍ୟାଳୟରେ ଆଡମିଶନ ପାଇବାରେ ସାହାଯ୍ୟ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଆମେରିକା ଡକେଇଥିଲେ । ସେ ଏଠାରେ ପହଞ୍ଚିବା ପରେ ସେମାନେ ତାଙ୍କ ଇମିଗ୍ରେସନ ଡକ୍ୟୁମେଣ୍ଟକୁ ତାଙ୍କଠାରୁ ନେଇ ଯାଇଥିଲେ । ଏହା ପରେ ପୀଡିତା ଜଣଙ୍କୁ ତାଙ୍କ ଦୋକାନରେ କ୍ୟାସିଅର ଭାବରେ କାମ କରିବା, ଖାଦ୍ୟ ପ୍ରସ୍ତୁତ କରିବାକୁ, ଷ୍ଟୋର ରେକର୍ଡ ମେଣ୍ଟେନ କରିବା ପ୍ରଭୃତି କାମ କରିବାକୁ କରିଥିଲେ । ଏହି ଦମ୍ପତିଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ଅନୁଯାୟୀ, ସେମାନେ ନିଜ ସମ୍ପର୍କୀୟଙ୍କୁ ଶାରୀରିକ ନିର୍ଯାତନା, ଧମକ ଏବଂ ନର୍କ ଭଳି ଅତ୍ୟନ୍ତ ଖରାପ ଅବସ୍ଥାରେ ରଖିଥିଲେ ଏବଂ ତାଙ୍କୁ ସର୍ବନିମ୍ନ ମଜୁରୀରେ ଦୀର୍ଘ ଘଣ୍ଟା କାମ କରିବାକୁ ବାଧ୍ୟ କରିଥିଲେ ।
ମାନବ ଚାଲାଣ ଏକ ଗମ୍ଭୀର ଏବଂ ଅସ୍ବୀକାର୍ଯ୍ୟ ଅପରାଧ ଅଟେ
ଜଷ୍ଟିସ୍ ସିଭିଲ୍ ରାଇଟ୍ସ ଡିଭିଜନର ଆସିଷ୍ଟାଣ୍ଟ ଆଟର୍ଣ୍ଣି ଜେନେରାଲ୍ କ୍ରିଷ୍ଟେନ କ୍ଲାର୍କ ଏହି ଘଟଣାର ଗମ୍ଭୀରତା ପ୍ରକାଶ କରି କହିଛନ୍ତି ଯେ ଏହି ଦମ୍ପତି ପୀଡିତାଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ତାଙ୍କ ମନରେ ବିଶ୍ୱାସ ଜନ୍ମାଇ ଯୁକ୍ତରାଷ୍ଟ୍ରରେ ପାଠ ପଢିବାର ଲୋଭ ଦେଖାଇ ଆମେରିକା ଡକେଇଥିଲେ । ସେ ଆସିବା ପାରେ ତାଙ୍କୁ କୌଣସି ପାଠ୍ୟକ୍ରମରେ ଯୋଗଦେବାର ସୁଯୋଗ ନ ଦେଇ ଶାରୀରିକ ତଥା ମାନସିକ ଭାବରେ ଶୋଷଣ କରିଥିଲେ । ନିଜର ଲାଭ। ପାଇଁ ତାଙ୍କୁ ସର୍ବନିମ୍ନ ମଜୁରିରେ ନିଜ ଷ୍ଟୋରରେ କାମ କରିବାକୁ ବାଧ୍ୟ କରିଥିଲେ । ଆଟର୍ଣ୍ଣି ଜେନେରାଲ କହିଛନ୍ତି ଯେ ମାନବ ଚାଲାଣ ଏକ ଗୁରୁତର ତଥା ଅସ୍ବୀକାର୍ଯ୍ୟ ଅପରାଧ ଅଟେ ଏବଂ ଏହି ଦଣ୍ଡାଦେଶ ନିଷ୍ପତ୍ତି ସେମାନଙ୍କୁ ଏକ ସ୍ପଷ୍ଟ ବାର୍ତ୍ତା ଯେଉଁମାନେ ଏହିଭଳି କାମ କରୁଛନ୍ତି ଯେ ନ୍ୟାୟ ବିଭାଗ ମାନବ ଚାଲାଣକାରୀଙ୍କ ବିରୋଧରେ ଏଅପରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।ଏହାର ନିଷ୍ପତ୍ତିରେ କୋର୍ଟ ସ୍ଵୀକାର କରିଛନ୍ତି ଯେ ପୀଡିତା ନର୍କ ଭଳି ଜୀବନଯାପନ କରିବାକୁ ବାଧ୍ୟ ହୋଇଥିଲେ ଏବଂ ପୀଡିତା ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିଲେ ଏବଂ ସିସିଟିଭି କ୍ୟାମେରା ସାହାଯ୍ୟରେ ତାଙ୍କ କାର୍ଯ୍ୟକଳାପ ଉପରେ ନିରନ୍ତର ନଜର ରଖାଯାଇଥିଲା । ସିଂ ଶାରୀରିକ ନିର୍ଯାତନାର ଶିକାର ହୋଇଥିଲେ ଯେପରିକି ପୀଡିତାଙ୍କ କେଶ ଟାଣିବା, ଚାପୁଡ଼ା ମାରିବା ଇତ୍ୟାଦି । ସବୁଠାରୁ ଗୁରୁତ୍ବପୁର୍ଣ କଥା ହେଉଛି ସେ ପୀଡ଼ିତାଙ୍କ ଇମିଗ୍ରେସନ ଡକ୍ୟୁମେଣ୍ଟ ମାଗି ନେଇଯାଇଥିଲେ ।
‘ନ୍ୟାୟ ସୁନିଶ୍ଚିତ କରିଥିବାରୁ ଓକିଲଙ୍କୁ ଧନ୍ୟବାଦ’
ଭର୍ଜିନିଆର ପୂର୍ବାଞ୍ଚଳ ଜିଲ୍ଲା ପାଇଁ ଆମେରିକାର ଓକିଲ ଏହି ଦମ୍ପତିଙ୍କ କାର୍ଯ୍ୟକୁ ନିନ୍ଦା କରି କହିଛନ୍ତି ଯେ ବାଧ୍ୟତାମୂଳକ ଶ୍ରମ ଏବଂ ମାନବ ଚାଲାଣ ଘୃଣ୍ୟ ଅପରାଧ ଯାହାପାଇଁ ଆମ ସମାଜରେ କୌଣସି ସ୍ଥାନ ନାହିଁ । ନ୍ୟାୟ ସୁନିଶ୍ଚିତ କରି ସେ ଓକିଲଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସିଂ ଏବଂ କୌରଙ୍କୁ ଦଣ୍ଡାଦେଶ ଆସନ୍ତା ୨୮ ତାରିଖରେ ଘୋଷଣା କରାଯିବ। ତାଙ୍କୁ ସର୍ବାଧିକ 2୨୦ ବର୍ଷ ଜେଲ ଦଣ୍ଡ, ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପାରୋଲ, ୨୫୦.୦୦୦ ଆମେରିକୀୟ ଡଲାର ପର୍ଯ୍ୟନ୍ତ ଜୋରିମାନା ଏବଂ ବାଧ୍ୟତାମୂଳକ ଶ୍ରମ ଅଭିଯୋଗ ପାଇଁ ପୁନଃ ଉଦ୍ଧାର ଦେୟ ଦେବାକୁ ପଡିବ ।