ବାୟୁସେନାର ମିଗ୍-୨୧ ଫାଇଟର ଜେଟ୍ ବିମାନ ଦୁର୍ଘଟଣାଗ୍ରସ୍ତ : ରୁଟିନ୍ ପ୍ରଶିକ୍ଷଣରେ ଯାଇଥିବାବେଳେ ଦୁର୍ଘଟଣାଗ୍ରସ୍ତ

168

କନକ ବ୍ୟୁରୋ : ବାୟୁସେନାର ମିଗ୍-୨୧ ଫାଇଟର ଜେଟ୍ ବିମାନ ଦୁର୍ଘଟଣାଗ୍ରସ୍ତ । ପଞ୍ଜାବ ମୋଗା ନିକଟରେ ବିଳମ୍ବିତ ରାତି ଗୋଟାଏରେ ଦୁର୍ଘଟଣାଗ୍ରସ୍ତ । ରୁଟିନ୍ ପ୍ରଶିକ୍ଷଣରେ ଯାଇଥିବାବେଳେ ଦୁର୍ଘଟଣାଗ୍ରସ୍ତ । ରାଜସ୍ଥାନର ସୁରତଗଡରୁ ଉଡାଣ ଭରିଥିଲା । ଲଢୁଆ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡ଼ିବା ପୂର୍ବରୁ ତାହାକୁ ଚଳାଉଥିବା ପାଇଲଟ୍‌ ‘ସ୍କ୍ବାଡ୍ରୋନ୍‌ ଲିଡର୍‌ ଅଭିନବ ଚୌଧୁରୀ ବାହାରି ଯାଇଥିଲେ। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖୁବ୍‌ ସାଂଘାତିକ ଥିବା କଥା ସେମାନେ କହିଛନ୍ତି ।

ରୁଟିନ୍‌ ତାଲିମ୍ ଦେଉଥିବା ସମୟରେ ଗତ ରାତି ପ୍ରାୟ ୧ଟା ବେଳେ ବାୟୁସେନାର ‘ମିଗ୍‌-୨୧’ ଲଢୁଆ ବିମାନଟି ମୋଗା ଅନ୍ତର୍ଗତ ବାଘାପୁରନା ଅଞ୍ଚଳର ଲାଙ୍ଗିଆନା ଖୁର୍ଦ ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ବାୟୁସେନା ଅଧିକାରୀମାନେ କହିଛନ୍ତି।ସେମାନେ କହିଛନ୍ତି, ଗତକାଲି ବିଳମ୍ବିତ ରାତ୍ରରେ ପଞ୍ଜାବର ମୋଗା ନିକଟରେ ଭାରତୀୟ ବାୟୁସେନାର ଗୋଟାଏ ‘ମିଗ୍‌-୨୧’ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଘଟିବା ବେଳେ ବିମାନଟି ନିୟମିତ ଉଡ଼ାଣ ପ୍ରଶିକ୍ଷଣ ଦେଉଥିଲା । ଦୁର୍ଘଟଣାର କାରଣ ସଂକ୍ରାନ୍ତରେ କିଛି ଜଣାପଡ଼ିନାହିଁ । ତଦନ୍ତ ପାଇଁ ‘କୋର୍ଟ ଅଫ୍ ଇନ୍‌କ୍ବାରି’ ଆଦେଶ ଦିଆଯାଇଛି । ସୂଚନାଯୋଗ୍ୟ, ଏହାକୁ ମିଶାଇ ଏବର୍ଷ ତିନୋଟି ‘ମିଗ୍-୨୧’ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହେଲାଣି ।