ଦିଲ୍ଲୀର ଜାମିଆ ବିଶ୍ୱବିଦ୍ୟାଳୟରେ ରବିବାର ପୁଣି ଏକ ଫାୟାରିଙ୍ଗ୍ ଘଟଣା ସାମ୍ନାକୁ ଆସିଛି । ଅଧରାତିରେ ଜାମିଆ ମିଲିୟା ଇସଲାମିକ୍ ବିଶ୍ୱବିଦ୍ୟାଳୟର ଗେଟ୍ ନମ୍ବର ୫ ରେ ଏହି ଗୁଳି ଫୁଟିଥିବାର ସୂଚନା ମିଳିଛି । ୨ ଜଣ ସଂନ୍ଦିଗ୍ଧ ସ୍କୁଟିରେ ଆସି ଗୁଳି ଫୁଟାଇ ଫେରାର୍ ହୋଇ ଯାଇଥିବା କଥା ସୂତ୍ରରୁ ଶୁଣିବାକୁ ମିଳୁଛି । ନିକଟରେ ହିଁ ପଦଯାତ୍ରା ସମୟରେ ଏଭଳି ଏକ ପରିସ୍ଥିିତି ଦେଖିବାକୁ ମିଳିଥିଲା । ଯେଉଁଥିରେ ଜଣେ ଛାତ୍ର ଗୁରୁତର ହୋଇପଡିଥିଲେ ।
Delhi: Students of Jamia Millia Islamia University and others gather outside Jamia Nagar Police station. An incident of firing near gate number 5 of the university, by two scootey-borne unidentified people, was reported earlier tonight. No injuries were reported in the incident. pic.twitter.com/XDlgqxmBQK
— ANI (@ANI) February 2, 2020
ପିଟିଆଇ ମୁତାବକ , ଜାମିୟା କାର୍ଡିନେଶନ୍ କମିଟି (ଜେସିସି) ପକ୍ଷରୁ କୁହାଯାଇଛି ଯେ , ୨ ଜଣ ଅଜ୍ଞାତ ଲୋକ ଗେଟ୍ ନମ୍ବର ୫ ପାଖରେ ଗୁଳିଚାଳନା କରି ଫେରାର୍ ହୋଇଛନ୍ତି । ତେବେ ଏହି ଘଟଣାରେ କେହି ଆଘାତ ହୋଇନାହାନ୍ତି । ଘଟଣାର ସୂଚନା ମିଳିବା ପରେ ବିଶ୍ୱବିଦ୍ୟାଳୟ ବାହାରେ ଲୋକମାନେ ଧାରଣା ପ୍ରଦର୍ଶନ କରିଛନ୍ତି । ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଜାମିୟା ନଗର ପୋଲିସଥାନାରେ ଏତଲା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/02/JAMIA.jpg)