ବ୍ୟକ୍ତି ସ୍ୱାଧୀନତାକୁ ନେଇ କର୍ଣ୍ଣାଟକ ହାଇକୋର୍ଟର ଗୁରୁତ୍ୱପୁର୍ଣ୍ଣ ରାୟ : ବିବାହ ପାଇଁ ପ୍ରତିବନ୍ଧକ ସାଜି ପାରିବନି ଜାତି, ଧର୍ମ

ନିଜ ଇଛା ମୁତାବକ ବିବାହ କରିବା ସମସ୍ତଙ୍କ ମୌଳିକ ଅଧିକାର

258

କନକ ବ୍ୟୁରୋ : ନିଜ ମନ ମୁତାବକ ବିବାହ କରିବା ପ୍ରତ୍ୟେକ ବ୍ୟକ୍ତିର ମୌଳିକ ଅଧିକାର । ଏଭଳି ରାୟ ଶୁଣାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ୨ଜଣଙ୍କ ବ୍ୟକ୍ତିଗତ ସମ୍ପର୍କ ମଧ୍ୟରେ ଧର୍ମ କିମ୍ବା ଜାତି ବାଧା ସୃଷ୍ଟି କରିପାରିବ ନାହିଁ ବୋଲି କହିଛନ୍ତି। ନିଜର ପ୍ରେମିକାକୁ ବିବାହ କରିବା ପାଇଁ ୱାଜିଦ ଖାନ୍ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଆବେଦନ ହୋଇଥିବା ପିଟିସନର ଶୁଣାଣୀ କରି ଏଭଳି ନିଷ୍ପତି ଦେଇଛନ୍ତି କୋର୍ଟ ।

ବେଙ୍ଗାଲୁରୁରେ ସଫ୍ଟୱେୟାର ଇଂଜିନିୟର ଭାବେ କାମ କରୁଥିବା ୱାଜିଦ ଓ ରମ୍ୟାଜି ବିବାହ କରୁବାକୁ ଚାହୁଁଥିବାବେଳେ ରମ୍ୟାଙ୍କ ପରିବାର ଏଥିରେ ବାଧା ଦେବାକୁ ଚେଷ୍ଟା କରୁଥିଲେ । ଏନେଇ ନିଜେ ରମ୍ୟା ନିଜ ବାପା ମାଆଙ୍କ ବିରୋଧରେ ଅଭିଯୋଗ ମଧ୍ୟ ଆଣିଥିଲେ । ଏହା ପରେ ସେ ମହିଳା ଦକ୍ଷତା ସମିତି ନାମକ ଏକ ଏନଜିଓରେ ରହୁଥିଲେ । ନିଜ ପ୍ରେମିକ ୱାଜିଦଙ୍କ ଦ୍ୱାରା ପିଟିସନ ହେବା ପରେ କୋର୍ଟ ଏହାର ଶୁଣାଣୀରେ କହିଥିଲେ ରମ୍ୟା ଜଣେ ସପ୍ଟୱାର ଇଂଜିନିୟର ହୋଇଥିବାରୁ ନିଜ ଜୀବନକୁ ନେଇ ନିଷ୍ପତି ନେବା ଅଧିକାର ତାଙ୍କର ଅଛି । ଜାତି ଧର୍ମ ନିର୍ବିଶେଷରେ କୌଣସି ସମ୍ପର୍କକୁ ବାଧା ନପହଂଚାଇବା ପାଇଁ କୋର୍ଟ କହିଥିଲେ ।