ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯେକୌଣସି ମୁହୂର୍ତ୍ତରେ ଆସିପାରେ ମହାଭିଯୋଗ ପ୍ରସ୍ତାବ । ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦବୀରୁ ହଟାଇବା ପାଇଁ ଉପରାଷ୍ଟ୍ରପତିଙ୍କୁ କହିଲା ଆମେରିକୀୟ ସଂସଦ

67

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯେକୌଣସି ମୁହୁର୍ତରେ ଆସିପାରେ ମହାଭିଯୋଗ ପ୍ରସ୍ତାବ । କ୍ୟାପିଟଲ ହିଲ ହିଂସା ପରେ ଟ୍ରମ୍ପଙ୍କ ଉପରେ କଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଉଚିତ ତାକୁ ନେଇ ଆମେରିକା ଓ ଆମେରିକୀୟ ସିନେଟରେ ବିତର୍କ ଜାରି ରହିଛି । ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦବୀରୁ ହଟାଇବା ପାଇଁ ଉପରାଷ୍ଟ୍ରପତି ମାଇକ ପେନ୍ସଙ୍କୁ ଆମେରିକୀୟ ସଂସଦ ପକ୍ଷରୁ ଆନୁଷ୍ଠାନିକ ଭାବରେ କୁହାଯାଇଛି । କିନ୍ତୁ ଉପରାଷ୍ଟ୍ରପତି ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଯଦି ଉପରାଷ୍ଟ୍ରପତି ଏହାକୁ ଆଦୌ ମାନିବେ ନାହିଁ ତେବେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାପାଇଁ ବାଟ ଖୋଲିଯାଇପାରେ ।

ସବୁଠାରୁ ପୁରୁଣା ଗଣତନ୍ତ୍ର ଆମେରିକାର ସଂସଦ, କ୍ୟାପିଟଲ ହିଲ ଉପରେ ଏହି ଆକ୍ରମଣ କେହି ଭୁଲି ପାରିବେ ନାହିଁ, ଅନ୍ତତଃ ଆମେରିକା ତ କେବେ ବି ନୁହେଁ । ଆଉ ଏଥିପାଇଁ ଦାୟୀ ରାଷ୍ଟ୍ରପତି ଟ୍ରମ୍ପ । ଟ୍ରମ୍ପଙ୍କ ଉପରେ କଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଉଚିତ ତାକୁ ନେଇ ଆମେରିକା ଓ ଆମେରିକୀୟ ସିନେଟରେ ବିତର୍କ ଜାରି ରହିଛି ।

ଟ୍ରମ୍ପଙ୍କ ପାଇଁ ସବୁଠାରୁ ଅଡୁଆ ପରିସ୍ଥିତି ସୃଷ୍ଟି ହେବାର କାରଣ ହେଉଛି ତାଙ୍କର ନିଜ , ରିପବ୍ଲିକାନ ପାର୍ଟିର ଅନେକ ସଦସ୍ୟ ଚାହୁଁଛନ୍ତି ତାଙ୍କୁ ରାଷ୍ଟ୍ରପତି ପଦବୀରୁ ହଟାଇ ଦିଆଯାଉ । ଏହି ମହାଭିଯୋଗ ପ୍ରସ୍ତାବ ଯେକୌଣସି ମୂହୁର୍ତରେ ଆସିପାରେ ।

ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ପୂରା ହେବାବେଳକୁ ଆଉ ମାତ୍ର ୭ଦିନ ବାକିଅଛି । ଜାନୁୟାରୀ ୨୦ ତାରିଖରେ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ କାର୍ଯ୍ୟଭାର ଗ୍ରହଣ କରିବେ । କିନ୍ତୁ ଆମେରିକାର ଜନତା ଓ ସିନେଟର ସଂଖ୍ୟାଗରିଷ୍ଠ ସଦସ୍ୟ ଚାହୁଁଛନ୍ତି ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ହଟାଇ ଏକ ବାର୍ତା ଦିଆଯିବା ଦରକାର । କାରଣ କ୍ୟାପିଟଲ ହିଲ ଉପରେ ଆକ୍ରମଣ ଆମେରିକାକୁ ସାରା ବିଶ୍ୱରେ ନିନ୍ଦିତ କରିଛି ।

ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦବୀରୁ ହଟାଇବା ପାଇଁ ଉପରାଷ୍ଟ୍ରପତି ମାଇକ ପେନ୍ସଙ୍କୁ ଆମେରିକୀୟ ସଂସଦ ପକ୍ଷରୁ ଆନୁଷ୍ଠାନିକ ଭାବରେ କୁହାଯାଇଛି । କିନ୍ତୁ ଉପରାଷ୍ଟ୍ରପତି ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ମାଇକ ପେନ୍ସ କହିଛନ୍ତି ଏହା ଆମ ଦେଶପାଇଁ ଏକ ଶୁଭଙ୍କର କଥା ନୁହେଁ, ଟ୍ରମ୍ପଙ୍କ କାର୍ଯ୍ୟକାଳ ଆଉମାତ୍ର କିଛି ଦିନ ଭିତରେ ସରିଯିବ ।

ଆମେରିକାର ସମ୍ବିଧାନର ୨୫ ତମ ସଂଶୋଧନ ଅନୁସାରେ ଉପପରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ସ୍ଥିତିରେ ଆବଶ୍ୟକୀୟ ସମର୍ଥନ ପାଇ, ରାଷ୍ଟ୍ରପତିଙ୍କୁ ତାଙ୍କ ପଦରୁ ହଟାଇ ପାରିବେ । କିନ୍ତୁ ମାଇକ ପେନ୍ସ ଏଭଳି ଏକ ପଦକ୍ଷେପ ନେବାକୁ ମନା କରିବା ପରେ, ପୁଣିଥରେ ଆମରିକୀୟ ସଂସଦ ତାଙ୍କୁ ଏହି ପଦକ୍ଷେପ ନେବାପାଇଁ କହିଛି । ଯଦି ଉପରାଷ୍ଟ୍ରପତି ଏହାକୁ ଆଦୌ ମାନିବେ ନାହିଁ ତେବେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାପାଇଁ ବାଟ ଖୋଲିଯାଇପାରେ ।

ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ ହେବାପାଇଁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ରହିବା ଆବଶ୍ୟକ । ସେଠାରେ ଏହି ସଂଖ୍ୟା ହେଉଛିି ୨୧୭ । ଆଉ ଏବେ ୨୨୩ ଜଣ ସଦସ୍ୟ ଟ୍ରମ୍ପଙ୍କୁ ହଟାଇବା ସପକ୍ଷରେ ମତ ଦେଇଛନ୍ତି ।
ଏଥିରୁ ସ୍ପଷ୍ଟ ଅନୁମାନ କରିହେବ ଆମେରିକୀୟ ସଂସଦରେ ମହାଭିଯୋଗ ପ୍ରସ୍ତାବ ଆସିଲେ ଏହା ସହଜରେ ପାରିତ ହୋଇଯିବ, ଏବଂ ଆମେରିକା ଇତିହାସରେ ପ୍ରଥମ କରି ରାଷ୍ଟ୍ରପତି ଟ୍ରମ୍ପ ବିଦା ହୋଇଯିବେ ।