କନକ ବ୍ୟୁରୋ: ଭୁବନେଶ୍ୱର ଆନ୍ଧାରୁଆରେ ପ୍ରତିଷ୍ଠା ହେବ ଆଇକନିକ ଆଦର୍ଶ ବିଦ୍ୟାଳୟ । ୨୫ ଏକର ଜମିରେ ପ୍ରତିଷ୍ଠା ହେବ ଏହି ଆଇକନିକ ବିଦ୍ୟାଳୟ । ରାଜ୍ୟର ୩୧୪ଟି ଆଦର୍ଶ ବିଦ୍ୟାଳୟରୁ ବଛାବଛା ପିଲା ଏଠାରେ ପଢିବେ । ଏହି ବିଦ୍ୟାଳୟରେ ୫ଶହ ଛାତ୍ରଛାତ୍ରୀଙ୍କ ପାଇଁ +୨ ଶିକ୍ଷାଦାନ ବ୍ୟବସ୍ଥା । ୧୦୦ କୋଟି ବ୍ୟୟ ବରାଦ, ୨୦୨୨ ସୁଦ୍ଧା ପ୍ରକଳ୍ପ ସାରିବା ଲକ୍ଷ୍ୟ । ଆସନ୍ତା ୫ ତାରିଖରେ ବିଦ୍ୟାଳୟର ଶୁଭ ଦିଆଯିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

Advertisment