୧୫ ଦିନ ଭିତରେ ଗଠନ ହେବ ବିଶେଷଜ୍ଞ କମିଟି : ଯୁକ୍ତ ୨ ମୂଲ୍ୟାୟନ ନେଇ ବାହାରିବ ବାଟ

201

କନକ ବ୍ୟୁରୋ : ଯୁକ୍ତ ୨ ପରୀକ୍ଷା ବାତିଲକୁ ନେଇ ମନ୍ତ୍ରୀ ସମୀର ଦାଶଙ୍କ ପ୍ରତିକ୍ରିୟା । କହିଲେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୧୫ ଦିନ ଭିତରେ ଗଠନ ହେବ ବିଶେଷଜ୍ଞ କମିଟି । ସିବିଏସଇ ପଲିସିକୁ ଅନୁଧ୍ୟାନ କରି କମିଟି ସଦସ୍ୟମାନେ ତର୍ଜମା କରିବେ । ଏହା ପରେ ନିଷ୍ପତ୍ତି ହେବ ଯେ କେଉଁ ଆଧାରରେ ମାର୍କ ଦିଆଯିବ ଓ ଫଳ ପ୍ରକାଶ କରାଯିବ । ସିବିଏସଇ ଓ ଆଇସିଏସଇ ରେଜଲ୍ଟ ଯେୁଁ ସମୟରେ ବାହାରିବ ସେହି ସମୟରେ ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ । ରାଜ୍ୟର ଛାତ୍ରଛାତ୍ରୀ ଯେମିତି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେନେଇ ଦିଆଯାଉଛି ଗୁରୁତ୍ୱ ।