ଧାଡିଏ ଇଂରାଜୀ ପଢିପାରିଲେନି ଇଂରାଜୀ ଦିଦି । ଜିଲ୍ଲାପାଳଙ୍କ ହାବୁଡରେ ପଡିଗଲେ, ଚାକିରିରୁ ବିଦା ହେଲେ ।

7,382

କନକ ବ୍ୟୁରୋ : ଇଂରାଜୀ ଦିଦି ପଢିପାରିଲେନି ଇଂରାଜୀ ପାଠ । ଏମିତି ଏକ ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ଅଚାନକ ସ୍କୁଲ ପରିଦର୍ଶନରେ ଯାଇ ପହଞ୍ଚିଥିଲେ ଜିଲ୍ଲାପାଳ । ଉତ୍ତରପ୍ରଦେଶର ଏହି ଘଟଣା ଏବେ ସ୍କୁଲରେ ଶିକ୍ଷାଦାନକୁ ନେଇ ବ୍ୟବସ୍ଥା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଆସନ୍ତୁ ଜାଣିବା କଣ ଥିଲା ପୂରା ଘଟଣା ।

ଶୁକ୍ରବାର ଉତ୍ତରପ୍ରଦେଶର ସିକନ୍ଦରପୁରର ସରୋସିରେ ଥିବା ସ୍କୁଲରେ ଅଚାନକ ପରିଦର୍ଶନରେ ପହଞ୍ଚିଥିଲେ ଜିଲ୍ଲାପାଳ ଦେବେନ୍ଦ୍ର କୁମାର ପାଣ୍ଡେ । ସ୍କୁଲରେ ପହଞ୍ଚିବା ପରେ ପିଲାମାନଙ୍କୁ ଇଂରାଜୀ ବହି ପଢିବା ପାଇଁ କହିଥିଲେ । କିନ୍ତୁ ପିଲାମାନେ ଇଂରାଜୀ ବହି ପଢିପାରିନଥିଲେ । ଏହା ପରେ ଇଂରାଜୀ ଶିକ୍ଷୟତ୍ରୀଙ୍କୁ ଇଂରାଜୀ ବହିରୁ କିଛି ଅଂଶ ପଢିବାକୁ କହିଥିଲେ ଜିଲ୍ଲାପାଳ ଦେବେନ୍ଦ୍ର କୁମାର ପାଣ୍ଡେ । କିନ୍ତୁ ସବୁଠାରୁ ବଡ କଥା ହେଉଛି, ଇଂରାଜୀ ବହିର କିଛି ଶବ୍ଦ ମଧ୍ୟ ଭଲଭାବେ ପଢିପାରିନଥିଲେ ଇଂରାଜୀ ଶିକ୍ଷୟତ୍ରୀ । ଆଉ ଠିକ ଏହି ସମୟରେ ଶିକ୍ଷୟତ୍ରୀଙ୍କୁ ସଙ୍ଗେ ସଙ୍ଗେ ସସପେଣ୍ଡ କରିଥିଲେ ଜିଲ୍ଲାପାଳ । ଦେଖନ୍ତୁ ସେହି ସମୟର ଦୃଶ୍ୟ ।

ତେବେ ସବୁଠାରୁ ବଡ ପ୍ରଶ୍ନ ହେଉଛି, ଯେଉଁଠି ଖୋଦ୍ ଇଂରାଜୀ ଶିକ୍ଷୟତ୍ରୀ ଇଂରାଜୀ ବହି ପଢିପାରୁନାହାନ୍ତି, ସେଠି କେମିତି ଗଢାହେବ କୁନି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ଅନ୍ୟପଟେ ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ଅନେକ ପ୍ରଂଶସା କରୁଛନ୍ତି ।