ଘରୋଇ ଫାଇନାନ୍ସ କମ୍ପାନୀର କର୍ମଚାରୀ ନିଖୋଜ । କଲେକ୍ସନ ସାରି ଫେରୁଥିବାବେଳେ ଆଉ ମିଳୁନି ପତ୍ତା ।

230

କନକ ବ୍ୟୁରୋ: ଘରୋଇ ଫାଇନାନ୍ସ କମ୍ପାନୀର କର୍ମଚାରୀ ନିଖୋଜ । କଲେକ୍ସନ ସାରି ଫେରୁଥିବା ବେଳେ ନିଖୋଜ ହୋଇଯାଇଛନ୍ତି କର୍ମଚାରୀ । ତାଙ୍କ ଫୋନ୍ ନଲାଗିବାରୁ ଥାନାରେ ଅଭିଯୋଗ କରିଛନ୍ତି ଫାଇନାନ୍ସ କର୍ମଚାରୀ କର୍ତୃପକ୍ଷ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକରେ ଘଟିଛି ଏହି ଘଟଣା । ତନ୍ତିଆପାଳ ସାମୁଦ୍ରିକ ଥାନା ନିକଟ ଡାକବଙ୍ଗଳା ପାଖରେ ତାଙ୍କ ବାଇକ୍, ଚପଲ, ବ୍ୟାଗ୍ ଏବଂ ଲାପଟପ୍ ପଡ଼ି ରହିଛି । ନିଖୋଜ ଏଜେଣ୍ଟଙ୍କ ନାମ ସ୍ୱାଗତ ସାମଲ, ତାଙ୍କର ଘର ମହାକାଳପଡ଼ା ଥାନା ରାଜଗଡ଼ ଗାଁରେ । ୨ ଲକ୍ଷ ୬୫ ହଜାର ଟଙ୍କା କଲେକ୍ସନ କରି ଆଣୁଥିଲେ । କିନ୍ତୁ ରାସ୍ତାରେ ପଡ଼ିଥିବା ବ୍ୟାଗ୍ରେ ଟଙ୍କା ନଥିବା ବେଳେ ସ୍ୱାଗତଙ୍କ କୌଣସି ପତା ମିଳୁନି ।