ସମାରୋହରେ ଭାବବିହ୍ୱଳ ପ୍ରଧାନମନ୍ତ୍ରୀ ମୋଦି । ଦୃଷ୍ଟିବାଧିତ ବ୍ୟକ୍ତିଙ୍କର ସଂଘର୍ଷ କାହାଣୀ ଶୁଣି ସହୟତାର ପ୍ରତିଶ୍ରୁତି । ଝିଅକୁ ଡାକ୍ତରୀ ପଢାଇବା ପାଇଁ ସମସ୍ତ ସହଯୋଗର ଆଶ୍ୱାସନା ।

151

କନକ ବ୍ୟୁରୋ: ସରକାରୀ ଯୋଜନାର ହିତାଧୀକାରୀଙ୍କ ସହ ଆଲୋଚନା ସମୟରେ ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ ମୋଦୀ । କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଜଣେ ଅଳ୍ପ ଦୃଷ୍ଟି ଶକ୍ତି ଥିବା ହିତାଧୀକାରୀ ତାଙ୍କ ସମସ୍ୟା ଓ ସଙ୍ର୍ଘଷ ବିଷୟ ରେ ମୋଦୀଙ୍କୁ ବଖାଣିଥିଲେ । ଏବଂ ଏହି ସମୟରେ କିଛି ସମୟ ଯାଏଁ ସ୍ତବ୍ଦ ରହିବା ରହି ସମସ୍ୟା ଦୁର କରିବାର ପ୍ରତିଶୁତି ଓ ସହ ମନୋବଳ ବଢାଇଥିଲେ ପ୍ରଧାନମନ୍ତ୍ରୀ । ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ଗୁରୁବାର ଗୁଜରାଟରେ ସରକାରୀ ଯୋଜନାର ହିତାଧିକାରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫେରେନ୍ସ ଜରିଆରେ ଆଲୋଚନା କରିଛନ୍ତି । ଏହି ସମୟରେ ଜଣେ ହିତାଧୀକାରୀ ପ୍ରଧାନମନ୍ତ୍ରୀଙ୍କୁ ନିଜ ଶାରୀରିକ ଅସୁସ୍ଥତା ଓ ସଂର୍ଘଷର କଥା ବଖାଣିଥିଲେ । ଭରୁଚରେ ଆୟାଜିତ ଉକ୍ରର୍ଷ ସମାରୋହରେ ଯୋଗ ଦେଇଥିବା ଆୟୁବ ପଟେଲ ନାମକ ହିତାଧକାରୀ କହିଥିଲେ, ତାଙ୍କ ଆଖିର ଶକ୍ତି ହ୍ରାସ ପାଉଛି ଓ ଚିକିତ୍ସା ପାଇଁ ଅର୍ଥର ଅଭାବ ରହିଛି । ତେବେ ଆଖିର ପୂରା ଶକ୍ତି ସରିବା ପୂର୍ବରୁ ସେ ନିଜ ଝିଅମାନଙ୍କ ସ୍ୱପ୍ନ ପୁରା କରିବାକୁ ଚାହୁଛନ୍ତି ଓ ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ସହାୟତା ପାଇଁ ନିବେଦନ କରିଥିଲେ ହିତାଧିକାରୀ । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସମସ୍ୟା ଶୁଣିବା ସହ ତାଙ୍କ ମନୋବଳ ବୃଦ୍ଧି କରିଛନ୍ତି ।

ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଆୟୁବଙ୍କ ଝିଅ ଆଲିସା ନିଜ ସ୍ୱପ୍ନ କଥା ଓ ବାପାଙ୍କ ସଂର୍ଘଷର କଥା କହୁ କହୁ ହଠାତ କାନ୍ଦି ପକାଇଥିଲେ । ଯାହାକୁ ଦେଖି ନିଜେ ପ୍ରଧାନମନ୍ତ୍ରାୀ କିଛି ସମସ ଯାଏଁ ସ୍ତବ୍ଦ ରହିବା ସହ ଭାବବିହ୍ୱଳ ହୋଇପଡିଲେ । ଆୟୁବ ଓ ଆଲିସାଙ୍କଠୁ ସମସ୍ତ କଥା ଶୁଣିବା ପରେ ସେମାନଙ୍କ ସ୍ୱପ୍ନ ପୁରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ପ୍ରଧାନମନ୍ତ୍ରୀ । ଏଥିସହ ସେମାନଙ୍କ ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ କିଛି କଥା ପଚାରିବୁଝିବା ସହ ମନୋବଳ ବୃଦ୍ଧି କରିଥିଲେ ମୋଦୀ ।