ଜେଲ ଫେରିବା ପୂର୍ବରୁ ଭାବବିହ୍ୱଳ କେଜ୍ରିୱାଲ: ବୃଦ୍ଧ ବାପା, ମାଙ୍କ ଯତ୍ନ ନେବାକୁ ଭିଡିଓ ବାର୍ତ୍ତାରେ ଦିଲ୍ଲୀବାସୀଙ୍କୁ କଲେ ଅନୁରୋଧ

511

କନକ ବ୍ୟୁରୋ: ଜେଲ ଫେରିବା ପୂର୍ବରୁ ଦିଲ୍ଲୀବାସୀଙ୍କୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବାର୍ତା । ଦିଲ୍ଲୀବାସୀଙ୍କୁ ସମ୍ବୋଧିତ କରି କେଜ୍ରିୱାଲ କହିଛନ୍ତି ଯେ ଜୁନ ୨ରେ ତାଙ୍କୁ ପୁଣି ଜେଲ ଯିବାକୁ ପଡିବ । ତାଙ୍କ ବୃଦ୍ଧ ବାପା ମା ଓ ପରିବାରର ଯତ୍ନ ନେବାକୁ ଦିଲ୍ଲୀବାସୀଙ୍କୁ ଅନୁରୋଧ କରିଛନ୍ତି । ଭାବବିହ୍ୱଳପୂର୍ଣ୍ଣ ଭିଡିଓ ବାର୍ତାରେ କେଜ୍ରିୱାଲ ଏକଥା ମଧ୍ୟ କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନାହିଁ । ଡାକ୍ତରୀଯାଂଚ ପାଇଁ କୋର୍ଟଙ୍କଠୁ ୭ଦିନର ଅଧିକ ସମୟ ମାଗିଥିଲେ କିନ୍ତୁ ଆବେଦନକୁ ଖାରଜ କରାଯାଇଛି । ।ସେ ଏକଥାର ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି କି ପୂର୍ବଥର ଅପେକ୍ଷା ତାଙ୍କୁ ଏଥରକ ଅଧିକ ପ୍ରତାଡିତ କରାଯାଇପାରେ । ତାଙ୍କୁ ହଇରାଣ କରିବାକୁ ଇଡି ସବୁ ପ୍ରକାର କୌଶଳ ଆପଣାଉଛି । ନିର୍ବାଚନ ପାଇଁ ବିଜେପିର ଏହି ଷଡଯନ୍ତ୍ରର ଜବାବ ଜନତା ଦେବେ । ତଥାପି ଜେଲରୁ ସେ ସରକାର ଚଳାଇବେ । ଦିଲ୍ଲୀବାସୀଙ୍କ ପାଇଁ କାମ ଜାରି ରଖିବେ । ସମ୍ବିଧାନର ବଂଚାଇବା ପାଇଁ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢ଼େଇ କରିବେ ।