ସୀମାରେ ଉତେଜନା ପରେ ପ୍ରଧାନମନ୍ତ୍ରୀଙ୍କ ଜରୁରୀ ବୈଠକ । ୩ ସେନା ମୁଖ୍ୟଙ୍କ ସମେତ ଗୃହ ଓ ରକ୍ଷାମନ୍ତ୍ରୀଙ୍କ ସହ ଚର୍ଚ୍ଚା କଲେ ମୋଦି, କ୍ୟାବିନେଟ୍ କମିଟି ସହ ବିଚାର-ଆଲୋଚନା କଲେ ପ୍ରଧାନମନ୍ତ୍ରୀ

353

କନକ ବ୍ୟୁରୋ : ଭାରତ-ଚୀନ ସୀମାରେ ଉତେଜନା ଘଟଣାକୁ ଗମ୍ଭୀରତାର ସହ ବିଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଘଟଣା ସଂପର୍କରେ ବରିଷ୍ଠ ଅଧିକାରୀ ଓ ବିଭିନ୍ନ ଦଳର ନେତାମାନଙ୍କ ସହ ଆଲୋଚନା କରି ବିଚାରବିମର୍ସ କରିଛନ୍ତି ।

ଏହା ବ୍ୟତୀତ ନିଜ ବାସଭବନରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ୩ ସେନାର ମୁଖ୍ୟଙ୍କ ସହ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି ।

Comments are closed.