କନକ ବ୍ୟୁରୋ : ଗାଁରେ ପଶି ହାତୀ ଆକ୍ରମଣ । ଶୋଇଥିବା ବେଳେ ହାତୀ ଆକ୍ରମଣ କରିଥିବା ବେଳେ ଗର୍ଭବତୀ ଓ ତାଙ୍କ ସହିତ ପୁଅର ମୃତ୍ୟୁ ହୋଇଛି । ତିନି ଶିଶୁ କନ୍ୟା ଗୁରୁତର ହୋଇପଡିଛନ୍ତି । ସୁନ୍ଦରଗଡ଼ କୋଇଡ଼ା ଥାନା ବାଲିଯୁଡ଼ି ଗାଁରେ ଘଟିଛି ଏହି ଘଟଣା । ଘରେ ଶୋଇଥିବା ବେଳେ ହାତୀ ପଶି ଘର ଭାଙ୍ଗି ଦେଇଥିଲା । ଯାହାଫଳରେ କାଂଥ ପଡି ଗର୍ଭବତୀଙ୍କ ସହ ତାଙ୍କ ୮ବର୍ଷ ପୁଅର ମୃତ୍ୟୁ ହୋଇଛି । ଗୁରୁତର ହୋଇପଡିଥିବା  ଶିଶୁକନ୍ୟାଙ୍କୁ ରାଉରକେଲା ଆରଜିଏଚକୁ ସ୍ଥାନାନ୍ତର କରାଯାଇଛି । ମୃତ ମହିଳା ଜଣକ ସୁକାନ୍ତି ଭତ୍ତା ଓ ଆଠ ବର୍ଷୀୟ ପୁଅ ସୁଖନାଥ ଭତ୍ତା ବୋଲି ଜଣାପଡିଛି ।