ଲୋକମାନଙ୍କୁ ସଙ୍ଗୀତରେ ବାନ୍ଧି ରଖିଛି ହାତୀ ! ଏମିତି ଏକ ହାତୀ ଯିଏ ବଜାଏ ମାଉଥ ଅର୍ଗାନ । ଦେଶ ବିଦେଶସ୍ପେଶାଲ୍ ରିପୋର୍ଟ By Mukesh Sahu On Apr 23, 2018 - 4:53 PM image courtesy - http://mb.ntd.tv 54 Share ଆପଣ ହାତୀକୁ ଅନେକ ଜାଗାରେ ଦେଖିଥିବେ । ଏପରିକି ସର୍କସରେ ମଧ୍ୟ ହାତୀକୁ ବିଭିନ୍ନ କାରନାମା କରୁଥିବାର ଆପଣ ଦେଖିଥିବେ । ଫିଲ୍ମ ହାତୀ ମେରେ ସାଥୀରେ ମଧ୍ୟ ହାତୀମାନେ ଚମତ୍କାର କାର୍ଯ୍ୟ କରିଥିଲେ । କିନ୍ତୁ ଆପଣ କେବେ ସଙ୍ଗୀତକାର ହାତୀ ବିଷୟରେ ଶୁଣିଛନ୍ତି କି ? ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି ଏକ ଭିଡିଓ ଏବେ ଭାଇରାଲ ହୋଇଛି । ଯେଉଁଥିରେ ଏକ ହାତୀ ମାଉଥ୍ ଅର୍ଗାନ ବଜାଉଥିବାର ଦୃଶ୍ୟ ରହିଛି । Kanak News is now on WhatsApp Join and get latest news updates delivered to you via WhatsApp Join Now ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଇଛି ଯେ, ମଣିଷ ମାନଙ୍କ ମଧ୍ୟରେ ରହୁଥିବା ହାତୀଟିକୁ ଗାଧୋଇ ଦିଆ ଯାଉଛି । ହାତୀଟିକୁ ଖାଦ୍ୟ ଖୁଆଇ ଦିଆଯାଉଛି । ଏପରିକି ତାକୁ ସଜେଇ ଦିଆଯାଉଛି । ହାତୀଟିର ସ୍ୱତନ୍ତ୍ର ଯତ୍ନ ନିଆଯାଉଛି । କିନ୍ତୁ କାହିଁକି ? ହାତୀଟି ପାଖରେ ଏମିତି କଣ ରହିଛି ? ଏହି ହାତୀ ପାଖରେ ଏମିତି କଣ ଖାସ କଳା ରହିଛି ଯେଉଁଥିପାଇଁ ତାକୁ ଏତେ ପ୍ରାଧାନ୍ୟତା ଦିଆଯାଉଛି । ଏମିତି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି । ତେବେ ହାତୀଟି ସଙ୍ଗୀତର ସ୍ୱର ସହ ଖେଳିଥାଏ । ହାତୀଟି ନିଜ ପାଟିରେ ମାଉଥ୍ ଅର୍ଗାନ ବଜାଇଥାଏ । ହାତୀଟିକୁ ଯେତେବେଳେ ମାଉଥ ଅର୍ଗାନ ଦିଆଯାଇଥିଲା, ସେତେବେଳେ ସେ ଏହାକୁ ନିଜ ଶୁଣ୍ଢରେ ନେଇଥିଲା ଏବଂ ଏହା ଭିତରୁ ଅତି ସୁନ୍ଦର ସ୍ୱର ବାହାର କରିଥିଲା । ମାଉଥ ଅର୍ଗାନ ବଜାଉଥିବାର ଏହୁ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ତାମିଲନାଡୁର କୋୟମ୍ବଟୁରରେ ଏଣ୍ଡଲ ନାମକ ଏକ ହାତୀ ରହିଛି । ଯିଏକି ଏଲିଫାଣ୍ଟ ରିଜୁଭେନେସନ କ୍ୟାମ୍ପରେ ଭାଗ ନେଉଛନ୍ତି । ଏହି କ୍ୟାମ୍ପରେ ତାମିଲନାଡୁର ମନ୍ଦିର ଗୁଡିକରୁ ୩୨ଟି ହାତୀ ଭାଗ ନେଉଛନ୍ତି । କିନ୍ତୁ ଏଣ୍ଡଲ ନାମକ ଏହି ହାତୀ ଏବେ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଯିଏକି ମାଉଥ ଅର୍ଗାନ ବଜାଉଛି । କିନ୍ତୁ ୧୬ ବର୍ଷୀୟ ଏହି ହାତୀଟି କେଉଁଠାରୁ ଏହି କଳା ଶିଖିଛି ତାହା କେହି ହେଲେ ମଧ୍ୟ ଜାଣିନାହାନ୍ତି । କିନ୍ତୁ ହାତୀଟିର ଏହି ସୁନ୍ଦର କଳାରେ ସମସ୍ତେ ମୁଗ୍ଧ ହୋଇଯାଇଛନ୍ତି । ତେବେ ସବୁଠାରୁ ବଡ କଥା ହେଉଛି ଯେ, ଏଣ୍ଡଲ ବହୁତ ଅନୁଶାସିତ । ହାତୀଟିର ମାହୁନ୍ତ କହିଛନ୍ତି ଯେ, ହାତୀଟି ଗେମ୍ସ ଖେଳିଥାଏ । ସେମାନେ ହାତୀକୁ ଏପରି କରିବାକୁ କୌଣସି ନିର୍ଦ୍ଦେଶ ଦେବାକୁ ପଡିନଥାଏ । ହାତୀଟି ନିଜେ ନିଜେ ଏପରି କରିସ୍ମା ଦେଖାଇଥାଏ । ତେବେ ହାତୀଟି ଆଇସକ୍ରିମ ଖାଇବାକୁ ପସନ୍ଦ କରିଥାଏ । ହାତୀଟି ଆକାରରେ ବଡ ହେଲେ ମଧ୍ୟ ତାର କଳା କାରନାମା ଏକ ୫ ବର୍ଷର ଛୋଟ ପିଲାର କାର୍ଯ୍ୟକଳାପ ଭଳି । ସରକାରୀ ଆକଳନ ଅନୁସାରେ, ଭାରତର ୫୦ ପ୍ରତିଶତ ହାତୀ ଏସିଆଟିକ ଏଲିଫ୍ୟାଣ୍ଟ ଅଟନ୍ତି । ଯାହାଙ୍କୁ ଅତି ଚତୁର ବୋଲି କୁହାଯାଇଥାଏ । ୱାଇଲ୍ଡ ଲାଇଫ ଆକଳନ ଅନୁସାରେ, ଏହି ହାତୀ ମାନଙ୍କର ସଂଖ୍ୟା ୨୭ ହଜାର ୩୧୨ ଅଟେ । ଯେଉଁମାନଙ୍କୁ ସାରା ଦୁନିଆ ଦୁର୍ଲଭ ଜୀବ ବୋଲି ମାନିଥାନ୍ତି । ଏଣ୍ଡଲ ହାତୀର ଏଭଳି କାରନାମା ଏବେ ସମସ୍ତଙ୍କୁ ମୁଗ୍ଧ କରିଛି । ହାତୀଟି ଲୋକମାନଙ୍କୁ ନିଜ ସଙ୍ଗୀତରେ ମନ୍ତ୍ରମୁଗ୍ଧ କରୁଛି । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । 54 Share FacebookTwitterGoogle+WhatsAppTelegramEmailPrint