କନକ ବ୍ୟୁରୋ: କପା କିଆରୀରେ ପଶିଛି ହାତୀ । ଚାଷ ଜମି ଭିତରେ ଦୁଇଟି ହାତୀ ପଶିଯାଇଥିବା ବେଳେ ଦୁଇ ଦିନ ହେଲା ଚାଷ ଜମିରୁ ବାହାରକୁ ଯିବାର ନା ନେଉନାହାନ୍ତି । ହାତୀ ଦୁଇଟି ଏଣେ ତେଣେ ହୋଇ ବୁଲିବାରେ ଲାଗିଛନ୍ତି । ଏହି ସମସ୍ତ ଦୃଶ୍ୟ ଡ୍ରୋନ୍ କ୍ୟାମେରାରେ କଏଦ ହୋଇଛି । ସୁବର୍ଣ୍ଣପୁର ବୀରମହାରାଜପୁର ସୁବଳୟା ରେଂଜରେ ଥିବା ମେଗା ଜଳସେଚନ ପ୍ରକଳ୍ପ ନିକଟରେ ହାତୀ ଦୁଇଟି ଦୁଇ ଦିନ ହେଲା ବୁଲୁଛନ୍ତି । ଏହି ହାତୀ ଟେଭାପଦର ଜଙ୍ଗଲ ମଧ୍ୟରୁ ବାହାରି ମହାନଦୀ ଦେଇ କପା ଚାଷ ଜମି ମଧ୍ୟରେ ରହିଯାଇଛନ୍ତି । ହାତୀକୁ ଦେଖି ଲୋକେ ଭୟଭୀତ ହୋଇପଡିଥିବା ବେଳେ ବନବିଭାଗକୁ ଦେଇଛନ୍ତି ଖବର । ହାତୀ ଘଉଡାଇବାକୁ ପୁଲିସ ଓ ବନବିଭାଗ ଉଦ୍ୟମ କରୁଥିବା ବେଳେ ଲୋକ ଗହଳି ଯୋଗୁ ହାତୀ ଦୁଇଟି ଚାଷ ଜମିକୁ ଫେରିଯାଉଥିବା ଜଣାପଡିଛି ।

Advertisment