ଏଣିକି ହାତୀ ଉପଦ୍ରବରୁ ମିଳିବ ଆଶ୍ୱସ୍ତି: ଓଡିଶା ଆସିଲା ହାତୀ ଘଉଡାଇବା ଯନ୍ତ୍ର

ଏଣିକି ହାତୀ ଉପଦ୍ରବରୁ ମିଳିବ ଆଶ୍ୱସ୍ତି: ଓଡିଶା ଆସିଲା ହାତୀ ଘଉଡାଇବା ଯନ୍ତ୍ର

କନକ ବ୍ୟୁରୋ: ଚାଷୀ ଭାଇମାନଙ୍କ ପାଇଁ ଖୁସି ଖବର ଆସିଛି। ହାତୀ ଉପଦ୍ରବରୁ ଏଣିକି ଚାଷୀଭାଇମାନଙ୍କୁ ଆଶ୍ବସ୍ତି ମିଳିବ। ଚାଷୀ ଭାଇମାନଙ୍କର ଫସଲକୁ ଏହି ଯନ୍ତ୍ର ସୁରକ୍ଷା ଯୋଗାଇବ। ଏହା ସହିତ ହାତୀ ଆକ୍ରମଣଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ କମିବ। ଓଡ଼ିଶାକୁ ହାତୀ ଘଉଡ଼ାଇବା ଯନ୍ତ୍ର ଆସିଯାଇଛି। ହାତୀ ଘଉଡାଇବା ପାଇଁ ବନ ବିଭାଗର ନୂଆ ତରିକା ଆରମ୍ଭ ହୋଇଯାଇଛି। ହାତୀ ଘଉଡ଼ାଇବା ପାଇଁ ଉଦ୍ଦିଷ୍ଟ ଯନ୍ତ୍ର ‘ଏନଆଇଡର’ ବନ ବିଭାଗ ବ୍ୟବହାର ଆରମ୍ଭ କରିଛି।

ପିସିସିଏଫ୍‌ ଶଶୀ ପଲ କହିଛନ୍ତି ANIDER (ଆନିମଲ ଈଂଟରୁସନ ଡିଟେକ୍ସନ ଆଣ୍ଡ ରିପେଲଣ୍ଟ ସିଷ୍ଟମ ) ଏହା ସୌର ଶକ୍ତି ଦ୍ୱାରା ଚାଳିତ ଯନ୍ତ୍ର। ହାତୀ ଘଉଡାଇବା ପାଇଁ ଏହି ଯନ୍ତ୍ରର ବ୍ୟବହାର କରଯାଉଛି । ବର୍ତ୍ତମାନ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଓ ଢେଙ୍କାନାଳ ଡିଭିଜନରେ ଏହାର ପରୀକ୍ଷଣ ଚାଲିଛି। ଏହାର ଉତ୍ତମ ଫଳ ମଧ୍ୟ ଦେଖା ଯାଉଛି। ଏହି ଯନ୍ତ୍ରକୁ ଆମେ ଖୁବଶୀଘ୍ର ବ୍ରହ୍ମପୁରର ଗୋପାଳପୁରରେ ପରୀକ୍ଷଣ କାରିବାକୁ ଯାଉଛୁ।

ଏନଆଇଡର ସୌର ଶକ୍ତି ଦ୍ୱାରା ଚାଳିତ ହେବ। ଏହାକୁ କେଉଁ ଜନ୍ତୁ ଘଉଡାଇବାକୁ ପଡିବ ସେ ନେଇ ଯନ୍ତ୍ରରେ ଆଡ଼ଜଷ୍ଟ କାରିବାକୁ ପଡିବ। ଯଦି ହାତୀ ପାଇଁ ଆଡ଼ଜଷ୍ଟ କରିବେ, ପଚାଶ ମିଟର ଦୂରରୁ ହାତୀ ଆସିଲେ ବହୁତ ଜୋରରେ ଲାଇଟ ପଡିବ ଏବଂ ଶବ୍ଦ ବାହାରିବ। ହାତୀ ଆଲୋକ ଏବଂ ଶବ୍ଦ ଶୁଣି ଫେରିଯିବ। ଏହି ଯନ୍ତ୍ରର ଦର ମଧ୍ୟ ବେଶି ନୁହେଁ। ଗୋଟିଏ ଯନ୍ତ୍ରକୁ ୨୫ ହଜାର ଟଙ୍କା। ଏହାର ସଫଳତା ବହୁତ ଭଲ ରହିଛି, ଆହୁରି ପରୀକ୍ଷଣ କରୁଛୁ ସଫଳ ହେଲେ ଅନ୍ୟ ଜାଗାରେ ବ୍ୟବହାର କରାଯିବ ବୋଲି ପିସିସିଏଫ୍‌ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe