କନକ ବ୍ୟୁରୋ: ପୁଅ ଜନ୍ମ କରିବା ସତରେ କ’ଣ ପାପ? ପୁଅର ଅକଥନୀୟ ନିର୍ଯାତନା ଦେଖିଲେ ମନକୁ ଉଙ୍କିମାରେ ଏହି ପ୍ରଶ୍ନ । ପୁଅଟିଏ ଜନ୍ମ ହେଲେ ସବୁ ବାପା ମା’ଙ୍କର ଆଶା ଥାଏ ବୟସର ଅପରାହ୍ନରେ ଆଶ୍ରା ପାଲଟିବ ପୁଅ । ହେଲେ ବୃଦ୍ଧ ଅବସ୍ଥାରେ ଯେବେ ବାପା ମାଆ ଅଲୋଡା ହୋଇପଡନ୍ତି । ସେବା ବଦଳରେ ସେମାନଙ୍କୁ ନିର୍ଯାତନା ମିଳେ । ସେତେବେଳେ ନିଜ ଦୁଃଖ କହାକୁ କହିବେ? ଏହିଭଳି କିଛି ଚିତ୍ର ଭଦ୍ରକ ଚାନ୍ଦବାଲି ନୟାହାଟ ଗାଁରେ ଦେଖିବାକୁ ମିିଳିଛି । ପରିଣତ ବୟସରେ ପକ୍ଷାଘତରେ ପୀଡିତ ସ୍ତ୍ରୀଙ୍କ ସେବାରେ ଲାଗିପଡିଛନ୍ତି ବୃଦ୍ଧ ଦୀନବନ୍ଧୁ ନାୟକ । ତିନି ତିନି ପୁୃ ଜନ୍ମ କରିଥିଲେ ବି ପେଟକୁ ମୁଠାଏ ଖାଇବା ଯୋଗାଡ କରିପାରୁନାହାନ୍ତି । ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି । ଶେଯରେ ପଡିଥିବା ରୋଗୀଣା ସ୍ତ୍ରୀଙ୍କ ସେବାରୁ ନେଇ ଘରର ଯାବତୀୟ କାମ କରୁଛନ୍ତି । ରୋଗରେ ପଡିଥିଲେ ବି ଆହା କରିବାକୁ କେହି ନାହିଁ । ଘର ବାଟ ଦେଇ ପୁଅ ବୋହୂ ଯାଉଛନ୍ତି । ହେଲେ ଆଡ ଆଖିରେ ଚାହୁଁନାହାନ୍ତି ବୃଦ୍ଧ ବାପାମାଆଙ୍କୁ । ରୋଗ ସମୟରେ ଚିକିତ୍ସା ପାଇଁ ପାଖରେ ପାଉଣାଟିଏ ବି ନାହିଁ । ଯାହାକିଛି ଭତା ଟଙ୍କାମିଳେ ତାକୁ ବି ହରିଲୁଟ୍ କରିଦେଉଛନ୍ତି । ଶେଷରେ ନିରୁପାୟ ହୋଇ ଚାନ୍ଦବାଲି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଦୀନବନ୍ଧୁ । ଶେଷ ନିଶ୍ୱାସ ତ୍ୟାଗ କରିବା ପୂର୍ବରୁ ନ୍ୟାୟ ଟିକେ ପାଇଁ ଚାହିଁବସିଛନ୍ତି ଏହି ବୃଦ୍ଧ ଦମ୍ପତି ।

Advertisment