କନକ ବ୍ୟୁରୋ : ପୁଲିସ୍ କାହାକୁ ପିଟୁଥିବାର ଦୃଶ୍ୟଟି ଅତି ସାଧାରଣ କଥା। ମାତ୍ର କେହି ସାଧାରଣ ଜନତା ରାସ୍ତା ଉପରେ ଗୋଡ଼େଇ ଗୋଡ଼େଇ କେବେ ପୋଲିସକୁ ପିଟୁଥିବାର ଦୃଶ୍ୟ ଦେଖିଛନ୍ତି? ଏପରି ଘଟିଛି ମୁଜାଫରନଗରର ଅଘୋରିଆ ବଜାରରେ। ଜଣେ ଅଟୋରିକ୍ସା ଚାଳକ ଭୁଲ୍ ପାର୍ଶ୍ୱରେ ଅଟୋ ଚଳାଉଥିବା ନେଇ ପୁଲିସ୍ ଜଣକ ତାଙ୍କୁ ଅଟକାଇଥିଲେ । ହେଲେ ଏହାପରେ ସେହି ଅଟୋଚାଳକ ଓ ତାଙ୍କ ସାଙ୍ଗ ପୋଲିସକୁ ରାସ୍ତା ଉପରେ ଗୋଡ଼େଇ ଗୋଡ଼େଇ ପିଟିଥିଲେ ।ପିଟିଥିବା ବେଳର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ଅଟୋ ଚାଳକ ଜଣକ ପୋଲିସକୁ ପିଟୁଥିବା ବେଳେ ତାଙ୍କ ବନ୍ଧୁମାନେ ପୋଲିସକୁ ଢେଲା ପଥର ମାଡ଼ କରୁଥିବାର ଦୃଶ୍ୟ ବି ଭିଡିଓରେ କଏଦ ହୋଇଛି।
#WATCH Bihar: An autorickshaw driver & his friends thrash a police personnel who stopped them from driving on the wrong side at Aghoria Bazar chowk in Muzaffarpur. The police personnel is admitted in hospital. Police is on the lookout for accused. (Note: Strong language) (26.03) pic.twitter.com/yIBz4D77AI
— ANI (@ANI) March 27, 2019
ରାସ୍ତା ମଝିରେ ଏପରି ଘଟିବାରୁ ସ୍ଥାନୀୟ ଲୋକଙ୍କ ଭିତରେ ଭୟର ଆତଙ୍କ ଖେଳି ଯାଇଛି। ଢେଲାମାଡ଼ ଭୟରେ ସେହି ରାସ୍ତା ଉପରୁ ଲୋକମାନେ ଦୌଡ଼ିକରି ପଳାଇଛନ୍ତି । କେହି ବି ହେଲେ ପୁଲିସ୍ ଜଣଙ୍କୁ ସୁରକ୍ଷା ଦେବାକୁ ଆଗକୁ ଆସିନଥିଲେ। ସମସ୍ତେ ଭୟରେ ସ୍ଥାନ ଛାଡ଼ି ପଳାଇଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ମିଠନପୁର ଅଞ୍ଚଳରେ ଉପ ମୁଖ୍ୟମନ୍ତ୍ରୀଙ୍କର ଏକ କାର୍ଯ୍ୟକ୍ରମ ଚୂଡାନ୍ତ ଥିବାରୁ ସଂପୃକ୍ତ ଅଞ୍ଚଳରେ ପୁଲିସ୍ ଜଗିଥିଲେ। ସେହିପରି ଅଘୋରିଆ ବଜାରରେ ଡିଏସପିଙ୍କ ସହ ଆହୁରି ଅନେକ ପୁଲିସ୍ କର୍ମୀ ନିୟୋଜିତ ହୋଇଥିଲେ। ଏହି ସମୟରେ ଅଟୋଚାଳକ ଜଣକ ଗାଡ଼ିକୁ ଭୁଲ୍ ରାସ୍ତାରେ ପୂରାଇ ଦେଇଥିଲେ। ତାଙ୍କୁ ପୁଲିସ୍ ଧରିବାରୁ ସେ ସେହି ସମୟରେ ଧମକ ଦେଇ ପଳାଇ ଯାଇଥିଲା। ପରେ ତା’ର କିଛି ଲୋକଙ୍କୁ ଧରି ଆସି ସେଠାରେ ପହଞ୍ଚି ପୋଲିସକୁ ମାରିଥିବା ଜାଣିବାକୁ ମିଳିଛି।