କନକ ବ୍ୟୁରୋ: ତିନି ଦିନ ହେଲା ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଧାରଣାରେ ବସିଛନ୍ତି ଶହ ଶହ ପାଚିକା ସଂଘ ମହିଳା । ଦାବି ପୂରଣ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପାଚିକା ସଂଘ । ଧାରଣାସ୍ଥଳରୁ ଗୀତରେ ଗୀତରେ ସରକାରଙ୍କୁ କଟାକ୍ଷ କରିଛନ୍ତି । ଗୀତ ମାଧ୍ୟରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରତିବାଦକାରୀ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଉଠିବେ ନାହିଁ ବୋଲି କହିଛନ୍ତି ପାଚିକା ସଂଘ । ୧୪ ଶହ ଟଙ୍କାରେ ପରିବାର କିପରି ଚଳିବ ବୋଲି ପ୍ରଶ୍ନ କରିଛନ୍ତି ଆନ୍ଦୋଳନକାରୀ ।