ପରଦାରେ ହିରୋ, ପଛରେ ଚୋର । ବାଇକ୍ ଚୋରି ରାକେଟରେ ଓଡ଼ିଆ ଫିଲ୍ମରେ ଡ୍ୟାନ୍ସ କରୁଥିବା କଳାକାର । ବାଇକ୍ ଲୁଟେରା ଗ୍ୟାଙ୍କର ପର୍ଦ୍ଦାଫାଶ ପରେ ୪୬ଟି ବାଇକ୍ ଜବତ

1,893

କନକ ବ୍ୟୁରୋ : ଯାହା ଉପରକୁ ଦେଖାଯାଏ, ତାହା ସବୁବେଳେ ସେଇଆ ହୋଇନଥାଏ । ବୃତ୍ତିରେ କଳାକାର ହେଲେ କରୁଛନ୍ତି ବାଇକ ଚୋରି । ଏମାନଙ୍କର ସବୁ କ।ରନାମା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ସିସିଟିଭିରେ ବାବୁ ଜଣକ ଏମିତି ଗାଡ଼ି ଚଢ଼ି ଯାଉଛନ୍ତି, ଯେମିତି ସେ ଗାଡ଼ିର ମାଲିକ । ଯୁବକ ଜଣକ ହେଉଛନ୍ତି ନୟାପଲ୍ଲୀ ଥାନା ଅଧିନ ସାଲିଆ ସାହିର ସୋନୁ ପ୍ରଧାନ ।

ଓଡ଼ିଆ ସିନେମା ଗୀତରେ ପାଶ୍ୱର୍ କଳାକାର ଭାବେ ଡ୍ୟାନ୍ସ କରୁଥିବା ଏହି ଯୁବକ ଏବେ ପୁଲିସ୍ କବ୍ଜାରେ । ଫିଲ୍ମ ଓ ଆଲବମ୍ରେ ଡ୍ୟାନ୍ସର ଭାବେ କାମ କରୁଥିବା ଏହି ଯୁବକ ଜଣକ ହେଉଛନ୍ତି ପ୍ରଶାନ୍ତ ଘଡେଇ । ଦୁଇ ଦୁଇଟି ବଡ଼ ଧରଣର ବାଇକ୍ ଚୋରୀ ରାକେଟ୍ର ପର୍ଦ୍ଦାଫାଶ କରି ୪୬ଟି ବାଇକ୍ ଜବତ କରିଛି କମିଶନରେଟ୍ ପୁଲିସ୍ । ଯେଉଁଥିରେ ସାମିଲ ଅଛନ୍ତି ଏହି ଦୁଇ ଯୁବକ ।

ମାଷ୍ଟର କି’ ଜରିଆରେ କରୁଥିଲେ ଏହି ବାଇକ ଚୋରୀ । ମାଷ୍ଟର କି ଅର୍ଥାତ୍ ଯେ କୌଣସି ବାଇକରେ ଚାଲୁ କରିବା ପାଇଁ ଏହି ଚାବି ଯଥେଷ୍ଟ । ଆଉ ଏହି ମାଷ୍ଟର କି ସାହାୟତାରେ ବାଇକ୍ ଚୋରି କରୁଥିଲେ ଲୁଟେରା । ଏହି ଚୋରା ବାଇକ୍ରେ ଚୋରି କରିବା ସହିତ ଲୁଟ୍ ପାଟ୍ କରୁଥିଲେ । ସେହିପରି ଖଣି ମାଫିଆଙ୍କୁ ଅତି ଶସ୍ତାରେ ଏହି ବିକ୍ରି କରୁଥିଲେ । ଆଉ ପୁଲିସ୍ ଦେଖିଲେ, ବାଇକ୍ ଛାଡ଼ି ଦେଇ ଉଭାନ୍ ହୋଇଯାଉଥିଲେ । ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିବା ପରେ ବାଇକ୍ ଲଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ନୟାପଲ୍ଲୀ ପୁଲିସ ।