କନକ ବ୍ୟୁରୋ : ନାବାଳକ ନାକରେ ପଶିଲା ତୀର । ଆଦିବାସୀଙ୍କ ବେଣ୍ଟ ପରମ୍ପରା ହେଲା କାଳ । ଶିକାରକୁ ଯାଇଥିବା ବେଳେ ୯ ବର୍ଷର ନାବାଳକ ନାକରେ ଧନୁତୀର ପଶିଯାଇଛି । ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଗତକାଲି ରାତିରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରେ ଅସ୍ତ୍ରୋପଚାର ପରେ ତୀରଟି ବାହାର କରାଯାଇଛି ।

Advertisment

ପିଲାଟି ଏବେ ବିପଦ ମୁକ୍ତ ରହିଛି । ଗତକାଲି ଖଇରପୁଟ ଅଞ୍ଚଳର ନାବାଳକ ଜଣଙ୍କ ଶିକାର ପାଇଁ ଯାଇଥିବା ବେଳେ ଏଭଳି ଅଘଟଣର ଶିକାର ହୋଇଥିଲେ । ତାଙ୍କୁ ପ୍ରଥମେ ଖଇରିପୁଟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ପରବର୍ତୀ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।