ଭାରତୀୟଙ୍କ ଉପରେ ମାନସିକ ଉତ୍ପୀଡନର ଅଭିଯୋଗ ଆଣିଲେ ଆମେରିକୀୟ ସାମ୍ବାଦିକ । ସାମାଜିକ ଗଣମାଧ୍ୟମରେ ଧମକ ମିଳୁଥିବା କହିଲେ ସାବ୍ରିନା ସିଦ୍ଦିକି

387

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶ୍ନ ପଚାରି ଏବେ ଅଡୁଆରେ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ସାମ୍ବାଦିକା ସାବ୍ରିନା ସିଦ୍ଦିକ । ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାଗସ୍ତରେ ଯାଇଥିବାବେଳେ ସାବ୍ରିନା ତାଙ୍କୁ ଭାରତର ଅଳ୍ପସଂଖ୍ୟକଙ୍କୁ ନେଇ ଏକ ପ୍ରଶ୍ନ ପଚାରିଥିଲେ । ଏହାପରଠୁ ସାମ୍ବାଦିକା ସମାଲୋଚନାର ଶିକାର ହେବା ସହ ତାଙ୍କୁ ମାନସିକ ଉତ୍ପୀଡନ କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ଯେବେଠୁ ମୋଦୀଙ୍କୁ ସେ ଭାରତୀୟ ମୁସଲିମ ଓ ଅଳ୍ପସଂଖ୍ୟଙ୍କ ସୁରକ୍ଷା ନେଇ ପ୍ରଶ୍ନ ପଚାରିଛନ୍ତି ସେବେଠୁ ତାଙ୍କୁ ଧମକ ମିଳୁଥିବା, ସାମାଜିକ ଗଣମାଧ୍ୟମରେ ସମାଲୋଚନା ଏବଂ ଉତ୍ପୀଡନ କରାଯାଉଥିବା ସାବ୍ରିନା ଅଭିଯୋଗ କରିଛନ୍ତି । ଘଟଣାରେ ହସ୍ତକ୍ଷେପ କରିଛି ହ୍ୱାଇଟ ହାଉସ ।

ହ୍ୱାଇଟ ହାଉସ ଗଣମାଧ୍ୟମ ସଚିବ ଜିଆନ କହିଛନ୍ତି ‘ଗଣମାଧ୍ୟମର ସ୍ୱାଧୀନତା ପାଇଁ ଆମେରିକା ସବୁବେଳେ ପ୍ରତିଶ୍ରୁତିବଦ୍ଧ’ । ସାମ୍ବାଦିକଙ୍କ ହଇରାଣ କିମ୍ବା ଭୟଭୀତ କରିବା ନିନ୍ଦନୀୟ ଅଟେ । ସେପଟେ ଆମେରିକା ଜାତୀୟ ସୁରକ୍ଷା ପରିଷଦର ସଂଯୋଜକ ଜନ କିର୍ବି କହିଛନ୍ତି ଘଟଣା ବାବଦରେ ଆମେ ଅବଗତ ଅଛୁ । ସାମ୍ବାଦିକାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯିବା ଘଟଣା ଗଣତନ୍ତ୍ର ବିରୋଧୀ ଅଟେ । ନିକଟରେ ମୋଦୀ ଆମେରିକା ଯାଇଥିଲେ ଓ ସେଠାରେ ତାଙ୍କୁ ଏକ କାର୍ଯ୍ୟକ୍ରମରେ ସାବ୍ରିନା ଭାରତୀୟ ମୁସଲିମ ଓ ଅଳ୍ପସଂଖ୍ୟକଙ୍କ ସୁରକ୍ଷା ପ୍ରସଙ୍ଗରେ ପ୍ରଶ୍ନ ପଚାରିଥିଲେ । ସାବ୍ରିନାଙ୍କ ବାପା ଜଣେ ପାକିସ୍ତାନ ମୂଳବାସୀ କିନ୍ତୁ ଭାରତରେ ତାଙ୍କର ଜନ୍ମ ହୋଇଥିଲା ଓ ମା ତାଙ୍କର ପାକିସ୍ତାନୀ ଅଟନ୍ତି । ଆମେରିକାରେ ସାବ୍ରିନାଙ୍କ ଜନ୍ମ ଗ୍ର୍ରହଣ କରିବା ସହ ପାଠପଡା ଓ ବିବାହ ଆମେରିକାରେ ହୋଇଛି ।