ସୋମବାର ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବା ନେଇ ସୂଚନା

88

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ସଂସଦର ଶୀତକାଳିନ ଅଧିବେଶନ ଆରମ୍ଭ ହେଉଛି । ତେବେ ଏହା ପୂର୍ବରୁ ଆଜି ବସୁଛି ସର୍ବଦଳୀୟ ବୈଠକ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅନ୍ୟ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି ।
ସଂସଦରେ କିଭଳି ରଣନୀତି ରହିବ ଏବଂ କଣ କଣ କାର୍ଯ୍ୟସୂଚୀ ରହିଛି ଏନେଇ ବୈଠକରେ ଆଲୋଚନା ହେବ । ସଂସଦର ଚଳିତ ଅଧିବେଶନରେ ବିଭିନ୍ନ ଗୁରୁତ୍ୱପର୍ଣ୍ଣ ପ୍ରସଙ୍ଗ ଆସିବାର ଅଛି । ନୂଆ କୃଷି ଆଇନ ପ୍ରତ୍ୟାହାର କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ବେଳେ ଏନେଇ ସାମ୍ବିଧାନିକ ପ୍ରକିୟା ଆରମ୍ଭ ହୋଇସାରିଛି । କେନ୍ଦ୍ର କ୍ୟାବିନେଟ ଏହାକୁ ମଂଜୁରୀ ଦେଇସାରିଥିବା ବେଳେ କୃଷି ଆଇନ ପ୍ରତ୍ୟାହାର ବିଲକୁ ସଂସଦର ଚଳିତ ଅଧିବେଶନରେ ଆଗତ କରିବେ ମୋଦି ସରକାର ।