୫ଟି ଭାଷାରେ ରିଲିଜ ହୋଇଥିବା ଫିଲ୍ମ ‘ପୁଷ୍ପା’ ରିଲିଜ ହେଉ ହେଉ ଧମାଲ କରିଛି । ଏହି ସିନେମାଟି ରିଲିଜ ହେବାପରଠୁ ପାଖାପାଖି ୨୦୦ କୋଟି ଟଙ୍କାର ବ୍ୟବସାୟ କରି ସାରିଛି।
ଡିସେମ୍ବର ୭ ରେ ୫ ଟି ଭାଷାରେ ମୁକ୍ତିଲାଭ କରିଥିବା ଫିଲ୍ମର ପ୍ରତ୍ୟେକ ଚରିତ୍ରକୁ ଦର୍ଶକମାନେ ପ୍ରଶଂସା କରୁଛନ୍ତି। ଦୁଇଟି ଭାଗରେ ନିର୍ମିତ ଏହି ଫିଲ୍ମଟି ଆନ୍ଧ୍ରପ୍ରଦେଶର ଶେଷାଚାଲାମ ଅଞ୍ଚଳର ଚନ୍ଦନକାଠ ଚୋରା ଚାଲାଣକାରୀଙ୍କ ଜୀବନୀ ଉପରେ ଆଧାରିତ। ଆଗକୁ ମଧ୍ୟ ଏହି ଫିଲ୍ମଟି ଅନେକ ବଡ଼ ବଡ଼ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦନା ନଜର ଆସୁଥିବା ବେଳେ ଦୁହିଁଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି । ଏଥିମଧ୍ୟରେ ନିର୍ମାତାଙ୍କୁ ଏକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। କାରଣ ଏହି ଫିଲ୍ମରେ ଏକ ଆଡଲ୍ଟ ସିନ୍ ରହିଛି। ଯାହାକୁ ପରିବାର ସହିତ ବସି ଦେଖାଯାଇପାରିବ ନାହିଁ। ଆଡଲ୍ଟ ସିନ୍ ହେତୁ ଏହି ଫିଲ୍ମକୁ ନେଇ ଅନଲାଇନ୍ ବିବାଦ ଉପୁଜିଛି। ଏହି ସିନରେ ପୁଷ୍ପା ରାଜ ପ୍ରେମିକା ଶ୍ରୀବଲ୍ଲୀଙ୍କ ଛାତିକୁ ସ୍ପର୍ଶ କରିଥିବାର ନଜର ଆସିଛନ୍ତି। ଏହି ଦୃଶ୍ୟକୁ ଦେଖି କିଛି ଦର୍ଶକ ଅସନ୍ତୁଷ୍ଟ ରହିଛନ୍ତି।
ଦର୍ଶକଙ୍କ ପସନ୍ଦକୁ ଦୃଷ୍ଟି ରଖି ଫିଲ୍ମ ନିର୍ମାତା ପୁଷ୍ପାର ସିନକୁ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି। କାରଣ ଏହା ଏକ ଆଡଲ୍ଟ ରେଟେଡ୍ କଣ୍ଟେଟ୍ ଏବଂ ଏହା ପ୍ରେକ୍ଷାଳୟରେ ଫିଲ୍ମ ଦେଖିବା ସମୟରେ ପରିବାର ଦର୍ଶକଙ୍କୁ ଅସ୍ବାଭାବିକ ମନେ ହୋଇପାରେ।