ଗୃହରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ । ଆସନ୍ତା କାଲି ଯାଏଁ ଗୃହ ମୁଲତବି ଘୋଷଣା ।

90

କନକ ବ୍ୟୁରୋ : ଗୃହରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ । ବିରୋଧୀଙ୍କ ହଙ୍ଗାମା ଭିତରେ ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଛି । ଅତିରିକ୍ତ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦୨୦-୨୧ ବର୍ଷ ପାଇଁ ୧୧ ହଜାର ୨ ଶହ କୋଟିର ଅତିରକ୍ତ ବଜେଟ ଉପସ୍ଥାପିତ ହୋଇଛି । ଏହାସହ ଆସନ୍ତା କାଲି ଯାଏଁ ଗୁୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ।

ଅତିରିକ୍ତ ବଜେଟରେ ପ୍ରଶାସନିକ ବ୍ୟୟ ବାବଦକୁ ୨ ହଜାର ୨ଶହ ୭୩ କୋଟି ଟଙ୍କା, କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୭ ହଜାର ୪ ଶହ ୩୮ କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବାବଦକୁ ୧ ହଜାର ୪ ଶହ ୮୪ କୋଟି ଟଙ୍କା ଓ ରାଜ୍ୟ ବଜେଟରୁ ସ୍ଥାନୀୟ ସଂସ୍ଥାକୁ ହସ୍ତାନ୍ତର ବାବଦକୁ ୫ କୋଟି ବ୍ୟୟ ବରାଦ କରାଯାଇଛି ।