ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ପାଇବେ ଅତିରିକ୍ତ ୫ କେଜି ଚାଉଳ । ମେ ଓ ଜନ ମାସରେ ଅତିରିକ୍ତ ଚାଉଳ ଯୋଗାଇବାକୁ ଘୋଷଣା ।

329

କନକ ବ୍ୟୁରୋ: ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ପାଇବେ ଅତିରିକ୍ତ ୫ କେଜି ଚାଉଳ । ମେ ଓ ଜନ ମାସରେ ଅତିରିକ୍ତ ଚାଉଳ ଯୋଗାଇବାକୁ ଘୋଷଣା । ମାଗଣାରେ ଏହି ଚାଉଳ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

ମେ ଓ ଜୁନ ଦୁଇ ମାସ ପାଇଁ ହିତାଧିକାରୀ ମାନେ ମାଗଣାରେ ଅତିରିକ୍ତ ପାଞ୍ଚ କେଜି ଲେଖାଏଁ ଚାଉଳ ପାଇବେ ।ଏହା ଦ୍ବାରା ବାର ଲଷ ହିତାଧିକାରୀ ଉପକାର ପାଇବେ ଏବଂ ରାଜ୍ୟ ସରକାର ଏ ବାବଦ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ ।