ରଥଟଣା ବେଳେ ବଡ଼ଦାଣ୍ଡରେ ଅଘଟଣ। ତାଳଧ୍ୱଜ ରଥ ଦଉଡ଼ି ଛିଡ଼ିଯିବାରୁ ଜଣେ ସେବାୟତ ଆହତ

ରଥଟଣା ବେଳେ ବଡ଼ଦାଣ୍ଡରେ ଅଘଟଣ। ତାଳଧ୍ୱଜ ରଥ ଦଉଡ଼ି ଛିଡ଼ିଯିବାରୁ ଜଣେ ସେବାୟତ ଆହତ

କନକ ବ୍ୟୁରୋ: ରଥଟଣା ବେଳେ ଅଘଟଣ । ବଳଭଦ୍ରଙ୍କ ରଥ ଦଉଡ଼ି ଛିଡ଼ିପଡ଼ିବାରୁ ଜଣେ ଭୋଇ ସେବକ ଆହତ ହୋଇଛନ୍ତି । ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ଯାଉଥିବା ବଳଭଦ୍ରଙ୍କ ରଥଟଣା ବେଳେ ଏଭଳି ଅଘଟଣ ଘଟିଛି । ମାର୍କେଟ ଛକ ନିକଟରେ ରଥ ଦଉଡ଼ି ଛିଣ୍ଡିଯିବାରୁ ଆହତ ହୋଇଛନ୍ତି ସେବକ । ତାଙ୍କୁ ସଙ୍ଗେ ସଙ୍ଗେ ପୁରୀ ମେଡିକାଲରେ ଭର୍ତି କରାଯାଇଥିଲା ।

ସେହିପରି ବାହୁଡା ଯାତ୍ରା ବେଳେ ଠେଲାପେଲା ହୋଇଥିଲେ ଶ୍ରଦ୍ଧାଳୁ । ପୁଲିସ କର୍ମଚାରୀଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ପୁରୀ ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି । ସେହିପରି କେନ୍ଦୁଝର ବାରିଆ ଥାନା କେନ୍ଦୁଆ ଗାଁରେ ରଥ ଟଣା ବେଳେ ଅଘଟଣ ଘଟିଛି । ରଥ ବିଦ୍ୟୁତ୍ ତାର ସଂସ୍ପର୍ଶ ଆସିବାରୁ ୨ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ସେହିପରି କୋରାପୁଟରେ ରଥଟଣା ବେଳେ ଅଘଟଣ ଘଟିଛି । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ୨୮ ବର୍ଷି ଯୁବକ ବାବୁଲା ନାୟକଙ୍କ ମୃତ୍ୟୁ ହୋଇଛି । ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଛି । ଦୁଇ ଜଣ ଗୁରୁତରଙ୍କୁ କୋରାପୁଟ ମେଡ଼ିକାଲରେ ଭର୍ତି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe