କରୋନା ହାରିଲା, ବୃଦ୍ଧ ଜିତିଲେ । ସମ କୋଭିଡ ହସ୍ପିଟାଲରୁ ସୁସ୍ଥ ହେଲେ ୯୯ ବର୍ଷିୟ ବୃଦ୍ଧ ।

137

କନକ ବ୍ୟୁରୋ: କରୋନା କାଳରେ ଏ ଖବର ନିଶ୍ଚିତ ଆପଣଙ୍କ ମନକୁ ବଳ ଯୋଗାଇବ । କରୋନା ବିରୋଧରେ ଲଢେଇ କରି କରୋନାକୁ ପରାସ୍ତ କରିଛନ୍ତି ୯୯ ବର୍ଷୀୟ ବୃଦ୍ଧ । ବର୍ତମାନ ବିଶେଷ କରି ଯୁବ ବର୍ଗ କରୋନା ସଂକ୍ରମଣରେ ହାର ମାନି ଯାଉଥିବା ସମୟରେ , ଏହି ବୟୋଜେଷ୍ଠ ବ୍ୟକ୍ତି ସୁସ୍ଥ ହେବା ନିଶ୍ଚିତ ଭାବେ ଏକ ଭଲ ଖବର ।

ନାଁ ମୁରଲିଧର ଦାସ । ବୟସ ୯୯ ବର୍ଷ । କରୋନା ବିରୋଧୀ ଲଢେଇରେ ବିଜୟୀ ହୋଇଛନ୍ତି ଏହି ବୃଦ୍ଧ ବ୍ୟକ୍ତି । ସମ୍ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେବା ପରେ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇ ଫେରି ଆସିଛନ୍ତି ଏହି ବରିଷ୍ଠ ନାଗରିକ ଜଣକ । ମୁରଲିଧରଙ୍କ ଧରଙ୍କ ଘର ରାଜଧାନୀର ସହିଦନଗର ଅଂଚଳରେ । କରୋନାରୁ ସୁସ୍ଥ ହେବା ପରେ ଡାକ୍ତରଖାନାରେ ତାଙ୍କ ସେବାରେ ନିୟୋଜିତ ଥିବା ସମସ୍ତ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ ସେବାର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କରୋନାର ଦ୍ୱିତୀୟ ଲହରରେ ବିଶେଷ କରି ଯୁବବର୍ଗ ଅଧିକ ଶିକାର ହେଉଥିବା ବେଳେ ଏହି ବରିଷ୍ଠ ବ୍ୟକ୍ତିଙ୍କ ଆରୋଗ୍ୟ ହେବା ଏକ ଖୁସି ଖବର ନିଶ୍ଚୟ ।

ଦୈନିକ ସଂବାଦର ଏହି ପୃଷ୍ଠା ଉପରେ ନଜର ପକାନ୍ତୁ । ଆପଣ ଜାଣିପାରିବେ ବର୍ତମାନ କରୋନାର ଦ୍ୱିତୀୟ ଲହର କିପରି ଯୁବବର୍ଗ ଓ ମଧ୍ୟ ବୟସ୍କଙ୍କୁ ଅଧିକ ପ୍ରଭାବିତ କରୁଛି । ପ୍ରତ୍ୟକ ଦିନ ରାଜ୍ୟର ବିଭିନ୍ନ କୋଣରୁ ଆସୁଛି ଏପରି ଖବର । ତେବେ ସଂକ୍ରମଣକୁ ନେଇ ଭୟଭୀତ ନହୋଇ ଅଧିକ ସତର୍କହେବାର ରହିଛି ବୋଲି ମତ ରଖିଛନ୍ତି ବରିଷ୍ଠ ଚିକିତ୍ସକ । ରାଜ୍ୟରେ କରୋନା ଲଢେଇରେ ଏପରି ବରିଷ୍ଠ ଲୋକଙ୍କ ସୁସ୍ଥ ହେବା କରୋନା ଯୋଦ୍ଧା ଓ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ମନୋବଳ ବଢାଇବାରେ ସହାୟକ ହେବ ।