କନକ ବ୍ୟୁରୋ: ପ୍ରକୃତ ହିତାଧିକାରୀଙ୍କୁ ମିଳୁନି କେନ୍ଦ୍ର, ରାଜ୍ୟ ଯୋଜନାର ଫାଇଦା । ଗୁହାରୀ କରି କରି ଥକିଗଲେ ମଧ୍ୟ ଶୁଣୁନାହାନ୍ତି ଅଭିଯୋଗ । ସୁନ୍ଦରଗଡ଼ ସଦର ବ୍ଲକ କିରେଇ ପଞ୍ଚାୟତର ଜଣେ ବୃଦ୍ଧା ପ୍ରଧାନମନ୍ତ୍ରୀଙ୍କ ଆବାସ ଯୋଜନାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । କହିଛନ୍ତି, ତାଙ୍କୁ ୮୦ ବର୍ଷ ଛୁଇଁଲାଣି । ଏବେବି କୁଡିଆରେ ଜୀବନ ବିତୁଛି । ହେଲେ ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ତାଙ୍କ ନାଁ ନାହିଁ । ମରିଗଲା ପରେ ତାଙ୍କ ସମାଧିକୁ ଆବାସ ଦେବେ କି ସରକାର ବୋଲି କହିଛନ୍ତି ସୁନ୍ଦରଗଡ ସଦର ବ୍ଲକ କିରେଇ ପଞ୍ଚାୟତ ଅର୍ନ୍ତଗତ କିରେଇ ଗାଁର ବୃଦ୍ଧା ହୀରାବତୀ ।
ଆବାସ ଯୋଜନାରେ ନାଁ ନଥିବାରୁ କ୍ଷୋଭ ପ୍ରକାଶ କଲେ ୮୦ ବର୍ଷିୟା ବୃଦ୍ଧା। ସମାଧିକୁ ସରକାର ଘର ଦେବେ କି ବୋଲି କଲେ ପ୍ରଶ୍ନ।
/kanak/media/post_attachments/wp-content/uploads/2023/02/vlcsnap-2023-02-08-18h37m15s819.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)