୮ ବର୍ଷର ଶିଶୁକୁ ଝାମ୍ପି ନେଲା କଲରାପତରିଆ ବାଘ । ପିଲାଙ୍କ ସହ ଅଗଣାରେ ଖେଳୁଥିବା ବେଳେ ଶିଶୁକୁ ଉଠାଇନେଲା ବାଘ । ନୂଆପଡା କଟିଙ୍ଗପାଣି ଗାଁର ଘଟଣା
କନକ ବ୍ୟୁରୋ: ୮ ବର୍ଷର ଶିଶୁକୁ ଝାମ୍ପି ନେଲା କଲରାପତରିଆ ବାଘ । ସୁନାବେଡ଼ା ଅଭୟାରଣ୍ୟ କଟିଙ୍ଗପାଣି ଗାଁରୁ ଆସିଛି ଏଭଳି ଏକ ଅଭାବନୀୟ ଖବର । ଘର ପାଖରେ ଖେଳୁଥିବା ବେଳେ ଶିଶୁକୁ ଟାଣି ନେଇଥିଲା ବାଘ । କିଛି ସମୟରେ କ୍ଷତାକ୍ତ ଅବସ୍ଥାରେ ଶିଶୁଟିର ମୃତଦେହ ଉଦ୍ଧାର କରାଯାଇଥିଲା ।

Kanak News is now on WhatsApp
Join and get latest news updates delivered to you via WhatsApp
ଘଟଣା ପରେ ସ୍ଥାନୀୟ ଗାଁରେ ଉତେଜନା ଦେଖା ଦେଇଥିଲା । ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ସୂଚନା ମୁତବାକ ଗତକାଲି ସନ୍ଧ୍ୟାରେ କିଛି ନାବଳକ ଖେଳୁଥିବା ବେଳେ ଦୁଇଟି ବାଘ ଆସି ଶିଶୁକୁ ଟାଣି ନେଇଥିଲେ । ଗ୍ରାମବାସୀ ଠେଙ୍ଗାଧରି ଗୋଡାଇବାରୁ ୨୦୦ ମିଟର ଦୂରରେ ଶିଶୁକୁ ଛାଡି ପଳାଇଯାଇଥିଲେ ଦୁଇ ବାଘ ।