ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ । ଜାଣନ୍ତୁ, କେଉଁ ବିଭାଗକୁ ମିଳିଲା କେତେ?

Advertisment
ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ । ଜାଣନ୍ତୁ, କେଉଁ ବିଭାଗକୁ ମିଳିଲା କେତେ?

କନକ ବ୍ୟୁରୋ : ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ। ବଜେଟରେ ୧୧ ହଜାର ୨୦୦ କୋଟି ଟଙ୍କାର ବ୍ୟୟ ବରାଦ ରହିଛି। କୋଭିଡର ଗମ୍ଭୀର ପରିସ୍ଥିତିରେ ଜୀବନ ଓ ଜୀବିକାକୁ ବେଶ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଏହି ଅତିରିକ୍ତ ବଜେଟକୁ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ତେବେ ଆସନ୍ତୁ ଜାଣିବା କେଉଁ ବିଭାଗକୁ ମିଳିଲା କେତେ?

ସ୍ୱାସ୍ଥ୍ୟ କ୍ଷେତ୍ରରେ ୧, ୭୬୮ କୋଟି ୭୭ ଲକ୍ଷ ବ୍ୟୟବରାଦ ହୋଇଥିବା ବେଳେ ପଞ୍ଚାୟତିରାଜ ବିଭାଗକୁ ୨, ୦୪୬ କୋଟି ୧୧ ଲକ୍ଷ ଅର୍ଥ ବରାଦ କରାଯାଇଛି। ଅର୍ଥ ବିଭାଗକୁ ୨୩୬୩ କୋଟି ବ୍ୟୟ ବରାଦ ରଖାଯାଇଛି। ଖାଦ୍ୟ ସୁରକ୍ଷା ବିଭାଗ ପାଇଁ ୧,୦୭୮ କୋଟି ୩୦ ଲକ୍ଷ, ଶକ୍ତି ବିଭାଗକୁ ୯୫୬ କୋଟି ବ୍ୟୟ ବରାଦ କରାଯାଇଛି। ବିପର୍ୟ୍ୟୟ ପରିଚାଳନା ପାଇଁ ,୪୮୪ କୋଟି ୨୨ ଲକ୍ଷ ବରାଦ କରାଯାଇଛି।

ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ର ଗ୍ରାମୀଣ ରୋଜଗାର ଜୀବିକା ଖାଦ୍ୟ ନିରାପତ୍ତା ଶିକ୍ଷା କ୍ଷେତ୍ର, ମତ୍ସ୍ୟ ପଶୁସମ୍ପଦ ବିକାଶ କ୍ଷେତ୍ର, ଏମଏସଏମଇ, ହସ୍ତତନ୍ତ ବୟନଶିଳ୍ପ ଓ ହସ୍ତଶିଳ୍ପ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। କୋଭିଡ ମହାମାରୀ ପାଇଁ ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପଡିଛି।
ଚଳିତ ଆର୍ଥିକ ବର୍ଷର ୬ ମାସ ଶେଷ ସୁଦ୍ଧା କେନ୍ଦ୍ରୀୟ ହସ୍ତାନ୍ତର ବା ସେଣ୍ଟ୍ରାଲ ଟ୍ରାନ୍ସସଫର କମିଯାଇଥିବାରୁ ରାଜସ୍ୱ ପ୍ରାପ୍ତି ୬.୫ ପ୍ରତିଶତ କମିଛି। ଏହା ସତ୍ତ୍ୱେ ରାଜ୍ୟର ନିଜସ୍ୱ ରାଜସ୍ୱ ୧.୭ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୦ ମସିହା ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ରାଜସ୍ୱ ବଳକା ୬, ୭୯୦ କୋଟି ଟଙ୍କା ରହିଛି। ସମୁଦାୟ ଋଣ ଭାର ୯୭ ହଜାର ୮୨୩ କୋଟି ଟଙ୍କା ରହିଛି। ଯାହାକି ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୧୬. ୪ ପ୍ରତିଶତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe