ମଝି ରାସ୍ତାରେ ଟ୍ରାଫିକ ଭିଡ଼ ଯୋଗୁଁ ପୁଣି ଫସିଲା ଆମ୍ବୁଲାନ୍ସ । ୨୦ରୁ ୨୫ ମିନିଟ ଅଟକି ରହିଲା ୧୦୮

177

କନକ ବ୍ୟୁରୋ : ପୁଣି ଫଶିଗଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଭିତରେ ରୋଗୀ, ସାଙ୍ଗରେ ରୋଗୀଙ୍କ ପରିବାର ଲୋକ । ଶୀଘ୍ର କେମିତି ହସ୍ପିଟାଲ ପହଂଚିବେ ସେଥିପାଇଁ ଚିନ୍ତା । ହେଲେ ଆଗରେ ରାସ୍ତା ଜାମ୍ ଯୋଗୁଁ ଆଗକୁ ଗଡ଼ି ପାରୁନି ଆମ୍ବୁଲାନ୍ସ । ଖୋର୍ଦ୍ଧା ବାଇପାସ୍ ରୋଡରେ ରାସ୍ତା ଜାମ୍ ଯୋଗୁଁ ୧୦୮ ଆମ୍ବୁଲାନ୍ସକୁ ୨୦ରୁ ୨୫ ମିନିଟ ଠିଆ ହେବାକୁ ପଡ଼ିଛି । ଆଗରେ ଟ୍ରକ୍ ଜାମ୍ ଯୋଗୁଁ ୧୦୮ ଆମ୍ବୁଲାନ୍ସ ଆଉ ଆଗକୁ ଯାଇପାରିଲା ନାହିଁ  ।

ପୂର୍ବରୁ ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ଭିଡ଼ ଭିତରେ ଆମ୍ବୁଲାନ୍ସ ଫଶି ରହିବା ନେଇ ଚର୍ଚ୍ଚା ହୋଇଛି । ଭିଡ଼ ଭିତରେ ଆମ୍ବୁଲାନ୍ସ ଫଶି ଯିବାରୁ ଠିକ୍ ସମୟରେ ରୋଗୀ ହସ୍ପିଟାଲରେ ପହଂଚି ନପାରିବା ଓ ଏଥିପାଇଁ ଜଣେ ବାଳକର ଜୀବନ ଯିବା ପରି କଥା ମଧ୍ୟ ସାମ୍ନାକୁ ଆସିଥିଲା ।