କନକ ବ୍ୟୁରୋ : ପୁଣି ଫଶିଗଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଭିତରେ ରୋଗୀ, ସାଙ୍ଗରେ ରୋଗୀଙ୍କ ପରିବାର ଲୋକ । ଶୀଘ୍ର କେମିତି ହସ୍ପିଟାଲ ପହଂଚିବେ ସେଥିପାଇଁ ଚିନ୍ତା । ହେଲେ ଆଗରେ ରାସ୍ତା ଜାମ୍ ଯୋଗୁଁ ଆଗକୁ ଗଡ଼ି ପାରୁନି ଆମ୍ବୁଲାନ୍ସ । ଖୋର୍ଦ୍ଧା ବାଇପାସ୍ ରୋଡରେ ରାସ୍ତା ଜାମ୍ ଯୋଗୁଁ ୧୦୮ ଆମ୍ବୁଲାନ୍ସକୁ ୨୦ରୁ ୨୫ ମିନିଟ ଠିଆ ହେବାକୁ ପଡ଼ିଛି । ଆଗରେ ଟ୍ରକ୍ ଜାମ୍ ଯୋଗୁଁ ୧୦୮ ଆମ୍ବୁଲାନ୍ସ ଆଉ ଆଗକୁ ଯାଇପାରିଲା ନାହିଁ ।
ପୂର୍ବରୁ ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ଭିଡ଼ ଭିତରେ ଆମ୍ବୁଲାନ୍ସ ଫଶି ରହିବା ନେଇ ଚର୍ଚ୍ଚା ହୋଇଛି । ଭିଡ଼ ଭିତରେ ଆମ୍ବୁଲାନ୍ସ ଫଶି ଯିବାରୁ ଠିକ୍ ସମୟରେ ରୋଗୀ ହସ୍ପିଟାଲରେ ପହଂଚି ନପାରିବା ଓ ଏଥିପାଇଁ ଜଣେ ବାଳକର ଜୀବନ ଯିବା ପରି କଥା ମଧ୍ୟ ସାମ୍ନାକୁ ଆସିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/abmulance1.jpg)