କନକ ବ୍ୟୁରୋ : ଦିପାବଳୀ ପୂର୍ବରୁ ପନି ପରିବାର ଦାମ ଆକାଶଛୁଆଁ ହୋଇଥିବା ବେଳେ ଏବେ ଦୁଗ୍ଧଜାତ ଦ୍ରବ୍ୟ ଉତ୍ପାଦନ କରୁଥିବା ଅମୁଲ କମ୍ପାନୀ ତାର ଗ୍ରାହକମାନଙ୍କୁ ବଡ ଝଟକା ଦେଇଛି । ଅମୁଲ ତରଫରୁ ଶନିବାର ଅର୍ଥାତ ଆଜି ଠାରୁ କ୍ଷୀରର ଦାମ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି କରିଛି । ପୁରା ଲହୁଣି ଥିବା କ୍ଷୀରର ଦାମ ଲିଟର ପ୍ରତି ୬୧ ଟଙ୍କାରୁ ବୃଦ୍ଧି କରାଯାଇ ୬୩ ଟଙ୍କା କରାଯାଇଛି । ଦେଶରେ ପ୍ରଥମରୁ ଖୁଚୁରା ମହଙ୍ଗା ଦର ୭ ପ୍ରତିଶତରୁ ଅଧିକ ଥିବା ବେଳେ ଏବେ ଅମୁଲ ପୁଣି ଦାମ ବଢାଇ ଲୋକଙ୍କ ଉପରେ ବୋଝ ଲଦି ଦେଇଛି ।

Advertisment

ଅମୁଲ ତରଫରୁ ହଠାତ ଏଭଳି ଭାବେ ଦରବୃଦ୍ଧି କରାଯାଇଛି । ଆଜି ସକାଳ ଠାରୁ ଲୋକମାନେ ଏହି ବର୍ଦ୍ଧିତ ଦାମ ଦେଇ କ୍ଷୀର କିଣିଛନ୍ତି । ଏହା ପୂର୍ବରୁ ବି ଅଗଷ୍ଟ ମାସରେ ଅମୁଲ କମ୍ପାନୀ ତରଫରୁ କ୍ଷୀରର ଦାମ ବୃଦ୍ଧି କରାଯାଇଥିଲା । ଅମୁଲ ଡାଏରୀର ପରିଚାଳନା ନିର୍ଦ୍ଦେଶକ ଆରଏସ ସୋଢୀ କହିଛନ୍ତି କି ଦେଶରେ ଏବେ ଅମୁଲ ଗୋଲ୍ଡ ଓ ମଇଁସି କ୍ଷୀରର ଦାମ ବୃଦ୍ଧି କରାଯାଇଛି । ଏହାର କାରଣ ଭାବେ ସେ କହିଛନ୍ତି କି ଏବେ ଦେଶରେ ଲହୁଣିର ଦାମ ବୃଦ୍ଧି ପାଇଛି । ଫଳରେ କମ୍ପାନୀ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।