କନକ ବ୍ୟୁରୋ : ଖାଉଟିଙ୍କ ପକେଟକୁ ମହଙ୍ଗା ମାଡ । ବଢିଲା ଅମୁଲ କ୍ଷୀରର ଦର । ଗତମାସରେ କ୍ଷୀରଜାତୀୟ ସାମଗ୍ରୀ ଉପରେ ସରକାର ଜିଏସଟି ଲଗାଇବା ପରେ ଏହାର ପ୍ରଭାବ ଏବେ ଖାଉଟିଙ୍କ ଉପରେ ପଡିବାକୁ ଯାଉଛି । ଦେଶର ସବୁଠୁ ବଡ ଦୁଗ୍ଧ ଡାଏରୀ କମ୍ପାନି ଅମୁଲ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି । ବୁଧବାର ଠାରୁ ଅମୁଲ କ୍ଷୀରର ମୂଲ୍ୟ ୨ ଟଙ୍କା ମହଙ୍ଗା ହେବ ।
ଗୁଜୁରାଟ ସମେତ ପୂରା ଭାରତରେ ଅମୁଲ କ୍ଷୀରର ମୂଲ୍ୟ ୧୭ ଅଗଷ୍ଟରୁ ବୃଦ୍ଧି ପାଇବ । ଏନେଇ ଗୁଜୁରାଟ କର୍ପୋରେଟିଭ ମିଲ୍କ ମାକେର୍ଟିଂ ଫେଡେରେସନ ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବରୁ ୫୦୦ ମିଲିଲିଟର ଅମୁଲ ଗୋଲ୍ଡର ମୂଲ୍ୟ ୩୦ ଟଙ୍କା ରହିଥିବା ବେଳେ ଏବେ ଏହା ୩୧ ଟଙ୍କାରେ ମିଳିବ । ସେହିଭଳି ୫୦୦ ମିଲିଲିଟର ଅମୁଲ ତାଜା ପ୍ୟାକେଟ ଏବେ ଗ୍ରାହକ ୨୫ ଟଙ୍କାରେ ପାଇବେ । ପୂର୍ବରୁ ଏହା ୨୪ ଟଙ୍କାରେ ମିଳୁଥିଲା । ସେହିଭଳି ୫୦୦ ମିଲିଲିଟର ଅମୁଲ ଶକ୍ତିର ପ୍ୟାକେଟ ଏବେ ୨୮ ଟଙ୍କାରେ କିଣିବେ ଖାଉଟି । ପୂର୍ବରୁ ଏହା ୨୫ ଟଙ୍କାରେ ମିଳୁଥିଲା । ଏନେଇ ଅମୁଲ କମ୍ପାନି ପକ୍ଷରୁ ମଧ୍ୟ ଘୋଷଣା କରାଯାଇଛି ।
Gujarat Cooperative Milk Marketing Federation, marketer of milk&milk products under the brand name Amul, increases milk prices by Rs 2/litre in Ahmedabad & Saurashtra of Gujarat, Delhi NCR, WB, Mumbai &all other markets where Amul is marketing its fresh milk effective from 17 Aug pic.twitter.com/8e0yEbc5xq
— ANI (@ANI) August 16, 2022
ସେହିଭଳି ମଦର ଡାଏରୀ ମଧ୍ୟ କ୍ଷୀର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି । ଆଉ ବର୍ଦ୍ଧିତ ଦର ଆସନ୍ତାକାଲି ଠାରୁ ଲାଗୁ ହେବ । ଫଳରେ ମଦର ଡାଏରୀର କ୍ଷୀର ଜାତୀୟ ସାମଗ୍ରୀ କିଣିବା ଏବେ ମହଙ୍ଗା ହେବ ।
Mother Dairy raises its liquid milk prices by Rs 2/litre with effect from August 17. The new prices will be applicable for all milk variants. pic.twitter.com/apzJwFt9wj
— ANI (@ANI) August 16, 2022
ଏହାପୂର୍ବରୁ ମାର୍ଚ୍ଚ ପହିଲାରେ ମଧ୍ୟ ଲିଟର ପିଛା କ୍ଷୀରର ମୂଲ୍ୟ ୨ ଟଙ୍କା ବୃଦ୍ଧି କରିଥିଲା ଅମୁଲ କମ୍ପାନି । ସେତେବେଳେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କାରଣରୁ ଯାତାୟତ ଖର୍ଚ୍ଚ ପାଇଁ କ୍ଷୀରର ମୂଲ୍ୟରେ ବୃଦ୍ଧି କରିଥିଲା ।