କ୍ୱାଲିଟୀ ମାମଲାରେ ଏହି ବ୍ରାଣ୍ଡେଡ୍ କ୍ଷୀର ମଧ୍ୟ ମାରିଲା ଫେଲ୍ ! ନ୍ୟୁନ ଗୁଣବତ୍ତା କାରଣରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଗଲା ।

95

ଆମେ ପିଳାବେଳୁ ପିଇ ଆସୁଥିବା ବ୍ରାଣ୍ଡେଡ୍ ଏବଂ ବିଶ୍ୱସନୀୟ କ୍ଷୀର ମଧ୍ୟରେ ଅମୁଲ ହେଉଛି ସବୁଠାରୁ ଲୋକପ୍ରିୟ ବ୍ରାଣ୍ଡ । କିନ୍ତୁ ଅମୁଲର ଗୁଣବତ୍ତା ଉପରେ ଏବେ ପ୍ରଶ୍ନବାଚୀ ଠିଆ ହୋଇଛି । ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନଙ୍କ ପ୍ରୟାସରେ ସେଠାରେ ୧୬୫ ଟି ବ୍ରାଣ୍ଡେଡ୍ ଏବଂ ନନ୍ ବ୍ରାଣ୍ଡ କ୍ଷୀରର ଗୁଣବତ୍ତାକୁ ପରୀକ୍ଷା କରାଗଲା । ଏହି ପରୀକ୍ଷାରେ ୨୧ ଟି ବ୍ରାଣ୍ଡର ଗୁଣବତ୍ତାରେ ଖରାପ କ୍ୱାଲିଟୀର କ୍ଷୀର ଥିବା ନେଇ ପ୍ରଶ୍ନ ଉଠିଲା । ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନଙ୍କ କହିବାନୁସାର ଦିଲ୍ଲୀରେ ଲୋକ ପିଉଥିବା କ୍ଷୀରର ଗୁଣବତ୍ତାକୁ ଚେକ୍ କରିବା ପାଇଁ ୧୭୭ ଟି ସ୍ଥାନୀୟ ଏବଂ ନାମଥିବା କ୍ଷୀର ଉତ୍ପାଦର ପରୀକ୍ଷା କରାଗଲା । ଏହି ପରୀକ୍ଷାରେ ୧୬୫ଟି ଉତ୍ପାଦର ରିପୋର୍ଟ ଆସିଥିବା ବେଳେ ୨୧ଟିର ଗୁଣବତ୍ତା ଖରାପ ହେବା ନେଇ ପ୍ରଶ୍ନ ଉଠିଲା ଏବଂ ରୋଚକର କଥା ଏହା ଅମୁଲ ବ୍ରାଣ୍ଡର ମଦର-ଡାଏରୀ ଉତ୍ପାଦରୁ ଆସିଥିଲା ଯାହା ଗ୍ରାହକଙ୍କୁ ବର୍ଷ ବର୍ଷ ଧରି ନିଜ କ୍ୱାଲିଟୀରେ ଭରଷା ଦେଇ ଆସୁଥିଲା । କିନ୍ତୁ ଚିନ୍ତା କରିବାର କିଛି ନାହିଁ ଅମୁଲର କ୍ଷୀର ସ୍ୱାସ୍ଥ୍ୟ ପ୍ରତି ହାନିକାରକ ନୁହେଁ । ଏଥିରେ କ୍ଷୀର ପ୍ୟାକେଟରେ ଲେଖାଥିବା ଦ୍ରବ୍ୟର ଅର୍ଦ୍ଧେକ ଅଂଶ ପାଇବାକୁ ମିଳିଳା ନାହିଁ । ଅଧିକତର କ୍ଷୀରରେ ଦୁଧ ଗୁଣ୍ଡ ଦେଖିବାକୁ ମିଳିଥିଲା ।
ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନ ଏବେ ଦିଲ୍ଲୀର ପ୍ରତିଟି ଦୁଧ ବ୍ରାଣ୍ଡ ଏବଂ ସ୍ଥାନୀୟ ସେଣ୍ଟର ଉପରେ ତଦାରଖ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଅଭିଯାନକୁ ସେ ବହୁ ପୂର୍ବରୁ ଆରମ୍ଭ କରିଥିଲେ ଯାହାର ରିପୋର୍ଟ କୋର୍ଟରେ ମଧ୍ୟ ଦିଆଯିବାର ପ୍ରସ୍ତାବ ରହିଛି ।