କୁମ୍ଭ ମେଳାରେ ସାଂପ୍ରଦାୟିକ ସଦଭାବନାର ଚିତ୍ର : ମେଳାରେ ସାଧୁଙ୍କ ସେବା କରୁଛନ୍ତି ବୁର୍କା ପିନ୍ଧା ଯୁବତୀ

82

କୁମ୍ଭ ମେଳାରେ ଲାଗିଥିବା ମେଡିକାଲ କ୍ୟାମ୍ପରେ ଥିବା ବୁର୍କା ପିନ୍ଧା ଡାକ୍ତର ହେଉଛନ୍ତି ଏଏମୟୁ ର ଜବାହାରଲାଲ ନେହେରୁ ମେଡିକାଲ କଲେଜର ଛାତ୍ରୀ । କୁମ୍ଭରେ ଆସିଥିବା ସାଧୁ ଅସୁସ୍ଥ ହେବା ଦ୍ୱାରା ଛାତ୍ରୀ ତାଙ୍କୁ ଚେକ୍ ଅପ୍ କରୁଛନ୍ତି । କୁମ୍ଭ ମେଳା ସମୟରେ ଏହି ପ୍ରକାରର ଚିତ୍ର ଦେଖି ଦେଶର ସାଂପ୍ରଦାୟିକ ସଦଭାବନାର ଖୁବ୍ ଚର୍ଚ୍ଚା ହେଉଛି । ମେଡିକାଲ କଲେଜରୁ କୁମ୍ଭ ମେଳା ଯାଉଥିବା ଡାକ୍ତରଙ୍କ ଲମ୍ବା ଲିଷ୍ଟ ଅଛି । ସମସ୍ତ ଡାକ୍ତର ସାଧୁଙ୍କ ଆବଶ୍ୟକତା ଓ ତାଙ୍କ ହିସାବରେ ଚିକିତ୍ସା କରୁଛନ୍ତି । ତାଙ୍କୁ ମାଗଣାରେ ଔଷଧ ଦେଉଛନ୍ତି । ଗୁରୁତର ଅବସ୍ଥାରେ ସାଧୁଙ୍କୁ ହସପିଟାଲରେ ଭର୍ତ୍ତି କରାଯାଉଛି ।

ଏହି ମେଳାରେ ଏଏମୟୁ ମେଡିକାଲ କଲେଜର ଡାକ୍ତରଙ୍କ ଏହି ଟିମର କାମକୁ ସାଧୁମାନେ ବହୁତ ପ୍ରଶଂସା କରୁଛନ୍ତି । ଏକ କାର୍ଯ୍ୟକ୍ରମ ସମୟରେ ସାଧୁମାନେ ଡାକ୍ତରଙ୍କ ଟିମକୁ ସମ୍ମାନିତ ମଧ୍ୟ କରିଛନ୍ତି । ସମସ୍ତ ଡାକ୍ତରଙ୍କୁ ଭଗବାନଙ୍କ ଫଟୋ ଭେଟି ଦେଇ ଡାକ୍ତରଙ୍କୁ ତାଙ୍କ ସେବା ପାଇଁ ଧନ୍ୟବାଦ ବି ଦେଲେ । ଅଲିଗଢ଼ରେ ଅଛି ଏଏମୟୁର ଜବାହରଲାଲ ନେହେରୁ ମେଡିକାଲ କଲେଜ୍ । ଏହି କଲେଜରୁ ଯାଇଥିବା ଡାକ୍ତରୀ ଟିମକୁ ସାଧୁ ବାବାଙ୍କ ଚିକିତ୍ସା କରୁଛନ୍ତି । ଏହି କଲେଜର ଅନେକ ଡାକ୍ତର ସୋଚ ନାମକ ସଂସ୍ଥା ଅଧିନରେ ସାରା ଦେଶରେ ଆବଶ୍ୟକତା ପଡିଲେ ମାଗଣା ମେଡିକାଲ କ୍ୟାମ୍ପ ଲଗାନ୍ତି ।