ଅମରୁଲ୍ଲା ସାଲେହଙ୍କ ଭାଇଙ୍କୁ ନିର୍ମମ ହତ୍ୟା । ବିଜୁଳି ତାରରେ ପିଟିବା ପରେ ଗଳା କାଟିଲେ ତାଲିବାନୀ

472

କନକ ବ୍ୟୁରୋ: ତାଲିବାନୀଙ୍କ ଗୋଟେ ପରେ ଗୋଟେ ବର୍ବରତା ସାମନାକୁ ଆସୁଛି । ଆଫଗାନିସ୍ତାନର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଅମରୁଲ୍ଲା ସାଲେହଙ୍କ ବଡ ଭାଇ ରୋହୁଲ୍ଲା ସାଲେହଙ୍କୁ ଅତି ବର୍ବର ଭାବେ ହତ୍ୟା କରିଛନ୍ତି ତାଲିବାନୀ । ତାଙ୍କୁ ଅକଥନୀୟ ନିର୍ଯାତନା ଦେବା ପରେ ପଂଜଶିର ଘାଟିରେ ହତ୍ୟା କରିଛନ୍ତି । ପ୍ରଥମେ ତାଙ୍କୁ ଇଲେକ୍ଟ୍ରି ତାରରେ ନିସ୍ତୁକ ମାଡ ମାରିବା ପରେ ତାଙ୍କ ଗଳା କାଟି ହତ୍ୟା କରାଯାଇଛି । ଏତିକିରେ ସରିଲାନି ତାଲିବାନୀଙ୍କ ବର୍ବରତା । ଯନ୍ତ୍ରଣାରେ ଛଟପଟ ହେଉଥିବା ରୋହୁଲ୍ଲା ସାଲେହଙ୍କ ଗଳା କାଟିବା ପରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ତାଙ୍କ ଉପରକୁ ବାରମ୍ବାର ଗୁଳି ଚଳାଇଥିଲେ ତାଲିବାନୀ । ତାଙ୍କ ଶରୀର ସଢିବା ଉଚିତ ବୋଲି ଜଣେ ତାଲିବାନୀ କହୁଥିବା ତାଙ୍କ ଭଣଜା ଇବଦୁଲ୍ଲା ରଏଟର୍ସ ଗଣମାଧ୍ୟମକୁ କହିଛନ୍ତି ।

ସୂଚନା ମୁତାବକ, ରୋହୁଲ୍ଲା ସାଲେହ ତାଲିବାନୀଙ୍କ ସହ ଯୁଦ୍ଧ କରିବା ସମୟରେ ତାଲିବାନୀଙ୍କ ହାତରେ ଧରା ପଡିଯାଇଥିଲେ । ସେ ଥିବା ସ୍ଥାନକୁ ଘେରାଉ କରି ତାଙ୍କୁ ବନ୍ଦି କରିନେଇଥିଲେ । ତେବେ ଏହି ଘଟଣାକୁ ନେଇ ତାଙ୍କ ସାନ ଭାଇ ଅମରୁଲ୍ଲା ସାଲେହଙ୍କ ପକ୍ଷରୁ କୌଣସି ସ୍ପଷ୍ଟୋକ୍ତି ମିଳିପାରିନାହିଁ ।