ପୂର୍ବତନ ଉପ ରାଷ୍ଟ୍ରପତିଙ୍କ ଟ୍ୱିଟକୁ ଡରିଗଲା ତାଲିବାନ, ପଞ୍ଜଶୀର ଉପତ୍ୟାକାରେ ଇଣ୍ଟରନେଟ୍ ବନ୍ଦ

Advertisment
ପୂର୍ବତନ ଉପ ରାଷ୍ଟ୍ରପତିଙ୍କ ଟ୍ୱିଟକୁ ଡରିଗଲା ତାଲିବାନ, ପଞ୍ଜଶୀର ଉପତ୍ୟାକାରେ ଇଣ୍ଟରନେଟ୍ ବନ୍ଦ

କନକ ବ୍ୟୁରୋ : ଆତଙ୍କବାଦର କୌଣସି ସଜ୍ଞା ନାହିଁ । ଆତଙ୍କବାଦୀଙ୍କ ପାଖରେ କିଛି ଶକ୍ତି ନାହିଁ । ସେମାନେ କେବଳ ଧର୍ମ ଓ ଜାତି ନାମରେ ମାନବ ସଭ୍ୟତା ଭିତରେ ବିଶୃଙ୍ଖଳା ସୃଷ୍ଟିକରିବା ଜାଣନ୍ତି । ସେମାନଙ୍କ ନିଜ ଶକ୍ତି ଠାରୁ ବାହ୍ୟ ଶକ୍ତି ଉପରେ ଅଧିକ ନିର୍ଭରଶୀଳ ହୋଇଥାନ୍ତି । ତାହାର ଉଦାହରଣ ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ।

ଆଫଗାନିସ୍ତାନ ଉପରେ ନିଜର ବଳ ପ୍ରୟୋଗ କରି ଏବେ ତାଲିବାନ ଆତଙ୍କବାଦୀମାନେ ଏକପ୍ରକାର ପୁରା ଆଫଗାନିସ୍ତାନକୁ ଦଖଲ କରିସାରିଛନ୍ତି । ହେଲେ ଆଫଗାନିସ୍ତାନର ଏକ ଉପତ୍ୟାକା ପଞ୍ଜଶୀର ଦଖଲ କରିବାକୁ ଗଲାବେଳେ ନିଜକୁ ଏତେ ଶକ୍ତିଶାଳୀ କହୁଥିବା ଆତଙ୍କବାଦୀମାନଙ୍କୁ କଡା ଟକ୍କର ଦେଉଛନ୍ତି ଆଫଗାନର ପୂର୍ବ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ । ସାଲେହଙ୍କ ଟ୍ୱିଟକୁ ଡରି ଏବେ ପଞ୍ଜଶୀର ଉପତ୍ୟାକାରେ ଇଣ୍ଟରନେଟ ସେବା ବନ୍ଦ କରିଦେଇଛି ତାଲିବାନ ।

କହିରଖୁ କି ସେଠାରେ ଅହମ୍ମଦ ମାସୁଦଙ୍କ ନେତୃତ୍ୱରେ ଥିବା ଏକ ଛୋଟ ସେନାବାହିନୀ ତାଲିବାନ ଆତଙ୍କବାଦୀଙ୍କୁ କଡା ଟକ୍କର ଦେବା ପରେ ଚତୁରତାର ସହିତ ଆଲୋଚନା ମାଧ୍ୟମରେ ପଞ୍ଜଶୀର ଦଖଲ କରିବାକୁ ଯୋଜନା କରିଛି ତାଲିବାନ । ହେଲେ ସେଠାରେ ରହିଥିବା ଆଫଗାନର ପୂର୍ବତନ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଟ୍ୱିଟ୍ କରି ଦେଶର ଲୋକଙ୍କୁ ତାଲିବାନ ବିରୋଧରେ ଲଢେଇ କରିବାକୁ ପ୍ରୋତ୍ସାହିତ କରୁଛନ୍ତି । ଏହାକୁ ନଜରରେ ରଖି ତାଲିବାନୀମାନେ ସେଠାରେ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଛନ୍ତି ।

ପଞ୍ଜଶୀର ହେଉଛି ଏକମାତ୍ର ଆଫଗାନିସ୍ତାନ ପ୍ରଦେଶ ଯାହା ଏପର୍ୟ୍ୟନ୍ତ ତାଲିବାନ ଦଖଲକୁ ଆସିନାହିଁ। ଏନେଇ ଅନେକ ତାଲିବାନକୁ ବିରୋଧ କରିବା ପାଇଁ ପ୍ରତିରୋଧ ବାହିନୀ ଏକାଠି ହୋଇଛନ୍ତି। ଆଫଗାନିସ୍ତାନର ବିଦ୍ରୋହୀ କମାଣ୍ଡର ଅହମ୍ମଦ ଶାହା ମାସୁଦଙ୍କ ପୁଅ ଅହମ୍ମଦ ମାସୁଦ ବର୍ତ୍ତମାନ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ସହ ପଞ୍ଜଶୀର ଉପତ୍ୟକାକୁ ନିଜ ଦଖଲରେ ରଖିଛନ୍ତି ।
କିଛି ଦିନ ତଳେ ଅହମ୍ମଦ ମାସୁଦଙ୍କ ମୁଖପାତ୍ର କହିଥିଲେ ଯେ, ତାଲିବାନ ସହିତ ଏପର୍ଯ୍ୟନ୍ତ କୌଣସି ଚୁକ୍ତି ହୋଇନାହିଁ। ଏବେ ଆଲୋଚନା ଜାରି ରହିଛି। ଯଦି ଏକ ମିଳିତ ସରକାର ପାଇଁ ଚୁକ୍ତି ହୁଏ ତେବେ ଆମେ କାବୁଲ ପ୍ରଶାସନର ଅଂଶ ହେବୁ। ଆମେ କେବଳ ଗୋଟିଏ ପ୍ରଦେଶ ପାଇଁ ନୁହେଁ ସମଗ୍ର ଆଫଗାନିସ୍ତାନ ପାଇଁ ଲଢ଼ୁଛୁ। ଆଫଗାନିସ୍ତାନର ମହିଳା, ସଂଖ୍ୟାଲଘୁମାନଙ୍କର ଅଧିକାରକୁ ନେଇ ଆମେ ଚିନ୍ତିତ । ମହିଳା, ସଂଖ୍ୟାଲଘୁମାନଙ୍କୁ ସେମାନଙ୍କ ଅଧିକାର ଦେବ ବୋଲି ତାଲିବାନକୁ ନିଶ୍ଚିତ କରିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe