ଅମୃତପାଲଙ୍କ ପତ୍ନୀ ବିମାନବନ୍ଦରରେ ଅଟକ । ଲଣ୍ଡନ ଯିବା ପୂର୍ବରୁ ରଖାଗଲା ଅଟକ, ଚାଲିଛି ପଚରାଉଚରା ।

ଅମୃତପାଲଙ୍କ ପତ୍ନୀ ବିମାନବନ୍ଦରରେ ଅଟକ । ଲଣ୍ଡନ ଯିବା ପୂର୍ବରୁ ରଖାଗଲା ଅଟକ, ଚାଲିଛି ପଚରାଉଚରା ।

କନକ ବ୍ୟୁରୋ : ପଞ୍ଜାବ ପୋଲିସକୁ ଚକମା ଦେଇ ଫେରାର ଥିବା ଖଲିସ୍ଥାନୀ ସମର୍ଥକ ଅମୃତପାଲ ସିଂଙ୍କ ପତ୍ନୀଙ୍କୁ ଗୁରୁବାର ଅମୃତସର ବିମାନବନ୍ଦରରୁ ଅଟକ ରଖାଯାଇଛି । ଅମୃତପାଲଙ୍କ ପତ୍ନୀ ଲଣ୍ଡନ ଯାଇଥାନ୍ତେ । ତେବେ ବିମାନରେ ବସିବା ପୂର୍ବରୁ ତାଙ୍କୁ ଅଟକ ରଖାଯାଇଛି । ଏହି ସମୟରେ ଅମୃତପାଲଙ୍କ ବାବଦରେ ତାଙ୍କ ପତ୍ନୀଙ୍କୁ ପଚରାଉଚରା କରାଯାଇପାରେ ।

ପଞ୍ଜାବ ପୋଲିସ ଅମୃତପାଲ ସିଂ ଓ ତାଙ୍କ ସହଯୋଗୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି । ଯେଉଁକ୍ରମରେ ଅମୃତପାଲଙ୍କ ସହଯୋଗୀ ଓ ସମର୍ଥକଙ୍କୁ ଗିରଫ କରିଛି । ତେବେ ଅମୃତପାଲ ପୋଲିସକୁ ଚକମା ଦେଇ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲା । ସେବେଠାରୁ ପୋଲିସ ଅମୃତପାଲଙ୍କୁ ଖୋଜିବା ଆରମ୍ଭ କରିଛି । ବିଭିନ୍ନ ବେଶ ବଦଳାଇ ଅମୃତପାଲ ବିଭିନ୍ନ ରାଜ୍ୟରେ ବୁଲୁଥିବାର ଜାଣିବା ପରେ ପୋଲିସ ଅମୃତପାଲଙ୍କ ଫଟୋ ଚାରିଆଡେ ଲଗାଇ ଲୁକ୍ ଆଉଟ ନୋଟିସ ଜାରି କରିଥିଲା । ତେବେ ଅମୃତପାଲଙ୍କୁ ଧରିବାକୁ ଏବେ ପୋଲିସ ତାଙ୍କ ପରିବାରବର୍ଗ ଓ ସହଯୋଗୀଙ୍କୁ ପଚରାଉଚରା କରୁଛି ।

ଅମୃତପାଲ ସିଂ ଚଳିତବର୍ଷ ଫେବ୍ରୁଆରୀରେ ବ୍ରିଟେନର ଏନଆରଆଇ କିରଣଦୀପ କୌରଙ୍କୁ ବିବାହ କରିଥିଲେ । ବିବାହ ପରେ କିରଣଦୀପ ପଞ୍ଜାବରେ ରହୁଥିଲେ । ତେବେ ଅମୃତପାଲଙ୍କୁ ବିଦେଶରୁ ମିଳୁଥିବା ଫଣ୍ଡିଂ ବାବଦରେ ପତ୍ନୀ କିରଣଦୀପଙ୍କୁ ପଚରାଉଚରା କରାଯାଉଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe