ଛତା ଧରି ଯାଉଥିଲେ ଅମ୍ରିତପାଲ ସିଂ : ସିସିଟିଭିରେ କଏଦ ହେଲା ଦୃଶ୍ୟ

2,712

କନକ ବ୍ୟୁରୋ : ଫେରାର ଥିବା ପଳାତକ ଅମ୍ରିତପାଲ ସିଂଙ୍କୁ ନେଇ ଆସିଛି ବଡ ସୂଚନା । ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲା ଏହି ଖଲିସ୍ତାନୀ ନେତା ବାଇକରେ ହରିଆଣା ଦେଇ ଉତରାଖଣ୍ଡ ପଳାଇଯାଇଥିବା ସୂଚନା ମିଳିଛି । ତାଙ୍କୁ ଧରିବା ପାଇଁ ପଞ୍ଜାବ ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି । ଅମ୍ରିତ ପାଲ ହରିୟାଣାର ଜଣେ ମହିଳାଙ୍କ ଘରେ ଲୁଚି ରହିଥିଲେ । ସେଠାରୁ ବାହାରକୁ ଯିବା ବେଳେ ତାଙ୍କର ଏକ ଭିଡ଼ିଓ ସିସିଟିଭିରେ କଏଦ ହୋଇଛି । ଭିଡ଼ିଓରେ ଅମ୍ରିତ ପାଲ ଏକ ଛତା ଧରି ଯଉଥିବା ଦେଖିବାକୁ ମିଳିଛି ।

ପୋଲିସ ନଜରରୁ ନିଜକୁ ବଂଚାଇବାକୁ ଅମ୍ରିତପାଲ ଛତାର ସାହାରା ନେଇଥିବା କୁହାଯାଉଛି । ନିଜକୁ ଖଲିସ୍ତାନୀ ସମର୍ଥକ କହି ଖଲିସ୍ତାନୀ ଆନ୍ଦୋଳନରେ ସାମିଲ ହେବା, ଯୁବକଙ୍କୁ ଉସକାଇବା, ଦେଶ ଓ ଦେଶ ବାହାରେ ହଙ୍ଗାମା କରିବା ଭଳି ଅନେକ ଅଭିଯୋଗ ଅମ୍ରିତପାଲଙ୍କ ବିରୋଧରେ । ଅଜନାଲ ହିଂସା ମାମଲାରେ ୬ଦିନ ହେବ ପୁଲିସ ହାତରୁ ଫେରାର ଥିବା ଅମ୍ରିତକୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଅମ୍ରିତପାଲ ପଂଜାବରେ ନିଜର ଯେଉଁ ଶକ୍ତିପ୍ରଦର୍ଶନ ପ୍ରଦର୍ଶନ କରୁଛି ଏହା ପଛରେ ବିଦେଶୀ ଫଣ୍ଡ ଓ ଟେରର ଫଣ୍ଡିର ହାତ ଥିବା କୁହାଯାଉଛି । ଅମ୍ରିତପାଲର ରହିଛି ମୋଟ ୧୫୮ ବ୍ୟାଙ୍କ ଆକାଉଂଟ ରହିଥିବା ୨୮ଟି ବ୍ୟାଙ୍କ ଖାତାକୁ ୫କୋଟିରୁ ଅଧିକ ଟଙ୍କା ପଠାଯାଇଛି ।

ଅଧିକାଂଶ ବ୍ୟାଙ୍କ ପଂଜାବରେ ରହିଛି । ଅମ୍ରିତପାଲ, ପତ୍ନୀ କିରଣଦୀପ ଓ ସମ୍ପର୍କୀୟଙ୍କ ନାଁରେ ବ୍ୟାଙ୍କ ଆକାଉଂଟ ରହିଛି । ପୁଲିସ ଓ ତଦନ୍ତକାରୀ ସଂସ୍ଥା ହାତରେ ଏହି ବଡ ତଥ୍ୟ ଲାଗିବା ପରେ ଏହି ସମସ୍ତ ବ୍ୟାଙ୍କ ଆକାଉଁଟରେ ଖୋଳତାଡ ଆରମ୍ଭ ହୋଇଛି । କେବଳ ଦେଶଦ୍ରୋହ ନୁହେଁ ଟେରର ଫଣ୍ଡି ମାମଲାରେ ମଧ୍ୟ ତଦନ୍ତ କରାଯାଉଛି । ଗୋଟେ ପଟେ ଅମ୍ରିତପାଲ ଫେରାର ଥିବାବେଳେ ଅନ୍ୟପଟେ ତାର ପୈତୃକଗାଁରେ ପହଁଚି ମା ଓ ସ୍ତ୍ରୀକୁ ଜେରା କରିଛି ପୁଲିସ । ସବୁଠୁ ବଡ କଥା ହେଉଛି ଅମ୍ରିତପାଲର ପତ୍ନୀ କିରଣ ଦୀପ କୌର ଜଣେ ଏନଆରଆଇ ହେବା ସହ ଫରେନ ଫଣ୍ଡି ପଛରେ ମଧ୍ୟ ବଡ ହାତ ରହିଛି । ସେପଟେ ଅମ୍ରିତପାଲଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ତଥା ଏନବିଡବ୍ଲ୍ୟ ଜାରି କରିଛି ପୁଲିସ ।