କନକ ବ୍ୟୁରୋ: ସମସ୍ତଙ୍କ ଆଖିରେ ଧୁଳି ଦେଇଏବେବି ଫେରାର ରହିଛି ଖଲିସ୍ତାନୀ ନେତା ଅମ୍ରିତପାଲ ସିଂ । ପୂରା ପଞ୍ଜାବରେ ପୁଲିସ ଛାଉଣୀ ତଥାପି ମିଳୁନି ତାର ଟେର । ମୋଷ୍ଟ ୱାଣ୍ଟେଡ୍ ଅପରାଧୀକୁ ଧରିବା ପାଇଁ ପଞ୍ଜାବ ପୁଲିସ ବିଫଳତା ଉପରେ ଟିପ୍ପଣୀ ରଖିଛନ୍ତି ହରିଆଣା-ପଞ୍ଜାବ ହାଇକୋର୍ଟ । ପଞ୍ଜାବ ପୁଲିସକୁ ଭତ୍ସନା କରି କୋର୍ଟ ପଚାରିଛନ୍ତି-ଅମୃତପାଲ ସିଂଙ୍କ ବ୍ୟତିତ ସମସ୍ତେ ଗିରଫ ହୋଇଛନ୍ତି । ପୁଲିସ ଏବେ ସୁଦ୍ଧା ଅମୃତପାଲକୁ କାହିଁକି ଧରିପାରିନି? ପଞ୍ଜାବ ପୁଲିସର ୮୦ହଜାର ପୁଲିସ କାହିଁକି ବିଫଳ ହୋଇଛନ୍ତି? କଣ ପାଇଁ ଅମ୍ରିତପାଲ ଗିରଫରେ ବିଳମ୍ବ ହେଉଛି? କିପରି ଅମ୍ରିତପାଲ ଫେରାର ହେଲା? କଣ ପଞ୍ଜାବ ପୁଲିସର ଗୁଇନ୍ଦା ବିଭାଗ ବିଫଳ ହୋଇଛି? ଏଥିସହ ଯଥାଶିଘ୍ର ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଶୁଣାଣି ସମୟରେ ପଞ୍ଜାବ ପୁଲିସ କୋର୍ଟରେ ନିଜ ପକ୍ଷ ରଖିଛି । କୋର୍ଟରେ ପୁଲିସ କହିଛି ଅମ୍ରିତପାଲ ଉପରେ ଏନଏସଏସ ବା ନ୍ୟାଶନାଲ ସିକ୍ୟୁରିଟିି ଆକ୍ଟ ଲଗାଯାଇଛି । ତେଣୁ ଗିରଫ ୫ଜଣ ସହଯୋଗୀଙ୍କୁ ଆସାମ ସେଣ୍ଟାଲ ଜେଲକୁ ପଠାଯାଇଛି । ଏବେ ସୁଦ୍ଧା ଅମ୍ରିତପାଲର ୧୨୦ଜଣ ସମର୍ଥକଙ୍କୁ ଗିରଫ କରାଯାଇଛି । ସେପଟେ ପଞ୍ଜାବ ସରକାର କହିଛନ୍ତି ଯିଏବି ରାଜ୍ୟର ଶାନ୍ତି ଭଙ୍ଗ କରିବ ତା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସ୍ଥିତି ବିଗୁଡୁଥିବା ଦେଖି ରାଜ୍ୟର କିଛି ସମ୍ବେଦନଶୀଳ ସ୍ଥାନରେ ପଞ୍ଜାବ ପୁଲିସ ଫ୍ଲାଗମାର୍ଚ କରିଛି । ଗୁରୁବାର ପର୍ଯ୍ୟନ୍ତ ଏଠାରେ ୧୪୪ ଧାରା ଜାରି ରହିବ ଓ ଇଣ୍ଟରନେଟ ସେବା ବନ୍ଦ ରହିଛି । କିଛି ଦିନ ପୂର୍ବରୁ ନିଜର ଜଣେ ସହଯୋଗୀଙ୍କ ଗିରଫକୁ ବିରୋଧ କରି ଅଜନାଲ ପୁଲିସ ଷ୍ଟେସନରେ ପଶିଥିଲେ ଅମ୍ରିତପାଲର ହଜାର ସଂଖ୍ୟକ ସମର୍ଥକ । ଥାନରେ ଭଙ୍ଗାରୁଜା କରିବା ପୁଲିସ ଅଧିକାରଙ୍କୁ ମାଡପିଟ ମଧ୍ୟ କରିଥିଲେ । ଘଟଣାକୁ ଦୁଇମାସ ପୂରିବାକୁ ବସିଥିଲେ ବି ମାଷ୍ଟରମାଇଣ୍ଡ ଅମ୍ରିତପାଲକୁ ଗିରଫ କରିବାରେ ବିିଫଳ ହୋଇଛି ପଞ୍ଜାବ ପୁଲିସ ।