ଅମ୍ରିତଙ୍କ ପରବର୍ତ୍ତୀ ଚିକିତ୍ସା ପାଇଁ ବାଧକ ସାଜିଛି ଟଙ୍କା : ଆର୍ଥିକ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ କଲେ ଅମ୍ରିତଙ୍କ ମାଆ

କୋଭିଡରେ ଫୁସଫୁସ ସଂକ୍ରମଣ ପରେ ଚେନ୍ନାଇରେ ଚାଲିଛି ଚିକିତ୍ସା

101

କନକ ବ୍ୟୁରୋ : ଏକମୋରେ ଚିକିସିତ ହେଉଥିବା ଅମ୍ରିତ ପ୍ରଧାନଙ୍କ ଫୁସଫୁସ୍ ପ୍ରତିରୋପଣ ହେବା ପରେ ଏବେ ପରବର୍ତ୍ତୀ ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ । ଆର୍ଥିକ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି ଅମ୍ରିତଙ୍କ ମାଆ । ଆର୍ଥିକ ସାହାଯ୍ୟ ମିଳିଲେ ପୁଅ ଭଲ ହୋଇ ଘରକୁ ଫେରିବ ବୋଲି ଅମ୍ରିତଙ୍କ ମାଆ କହିଛନ୍ତି । କିଛି ଦିନ ତଳେ ୧୯ ଘଂଟାର ଅପରେସନ୍ ପରେ ସଫଳତାର ସହ ଅମ୍ରିତଙ୍କର ଫୁସଫୁସ୍ ପ୍ରତିରୋପଣ କରାଯାଇଥିଲା । କୋଭିଡ୍ ଆକ୍ରାନ୍ତ ହୋଇ ଫୁସଫୁସ୍ ଜନିତ ସମସ୍ୟାରେ ପୀଡ଼ିତ ହୋଇଥିଲେ ଅମ୍ରିତ ।

ପ୍ରାୟ ୧୪୧ ଦିନ ଧରି ଏକମୋ ଚିକିତ୍ସା ଚାଲିଥିବା ବେଳେ ବି ସ୍ୱାସ୍ଥ୍ୟରେ ସୁଧାର ନଆସିବାରୁ ଫୁସଫୁସ୍ ପ୍ରତିରୋପଣର ଆବଶ୍ୟକତା ଥିବା ପରାମର୍ଶ ଦେଇଥିଲେ ଚିକିତ୍ସା କରୁଥିବା ଡାକ୍ତର । ପରିବାର ଲୋକଙ୍କ ସୂଚନା ଅନୁସାରେ ସ୍ଥାନୀୟ ଅଂଚଳର ଜଣେ ଯୁବକ ଛାତରୁ ଖସି ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିିତ୍ସିତ ହେଉଥିଲେ । ଦୀର୍ଘ ସମୟ ଧରି ଭେଂଟିଲେଟରରେ ରହିବା ପରେ ଜୀବନ ହାରିଥିଲେ । ସେହି ଯୁବକଙ୍କ ଫୁସଫୁସ୍ ପ୍ରତିରୋପଣ କରାଯାଇଛି । ପରିବାର ଲୋକ କହିଛନ୍ତି, ଅମ୍ରିତଙ୍କ ଚିକିତ୍ସା ପାଇଁ ଅଢେଇ କୋଟି ଟଙ୍କା ଖର୍ଚ୍ଚ ହେଲାଣି । ଅନଲାଇନ୍ ପେମେଂଟ ମାଧ୍ୟମରେ ଅନେକ ଲୋକ ସହାୟତା ଦେଇଥିଲେ । ଏବେ ପରିବର୍ତି ଚିକିତ୍ସା ପାଇଁ ଆର୍ଥିକ ଅଭାବ ଦେଖାଦେଇଛି । ଆର୍ଥିକ ସହାୟତା ପାଇଁ ଅମ୍ରିତଙ୍କ ମାଆ ନିବେଦନ କରିଛନ୍ତି ।