ସୁଧୁରୁଛି ଅମ୍ରିତ ପ୍ରଧାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା : ଚେନ୍ନାଇ ହସ୍ପିଟାଲର ସୂଚନା, ସଚେତ ଅଛନ୍ତି ଅମ୍ରିତ; ଇସାରାରେ ଦେଉଛନ୍ତି ସୂଚନା

1,098

କନକ ବ୍ୟୁରୋ : ସୁଧୁରୁଛି ଅମ୍ରିତ ପ୍ରଧାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା । ବର୍ତମାନ ତାଙ୍କୁ ୫୦ ପ୍ରତିଶତ ଭେଂଟିଲେଟରରେ ରଖାଯାଇଛି । ଭେଂଟିଲେଟର ହଟାଇବାକୁ ଚାହୁଁଛନ୍ତି ଡାକ୍ତରୀ ଟିମ । ହେଲେ ଏବେବି ଶତପ୍ରତିଶତ ଏକମୋ ମେସିନ୍ରେ ଚାଲିଛି ଅମ୍ରିତଙ୍କ ଚିକିତ୍ସା । ଏବେ ସେ ମାଂସପେଶୀରେ ସାମାନ୍ୟ ଶକ୍ତି ଅନୁଭବ କରୁଥିବା ଡାକ୍ତରୀ ଦଳ ସୂଚନା ଦେଇଛନ୍ତି । ଅମ୍ରିତଙ୍କ ଠାରେ ଏବେବି ସଂକ୍ରମଣ ରହିଛି । ବଡ଼ କଥା ହେଉଛି ଅମ୍ରିତ ଏବେ ସଚେତ ଅଛନ୍ତି ଏବଂ ସଂକେତ ଜରିଆରେ ଯୋଗାଯୋଗ କରୁଛନ୍ତି ।

ସେପଟେ କିଛି ଦିନ ଅବଜରଭେସନରେ ରହିବେ ଅଭିଷେକ । ଏହାପରେ ଡାକ୍ତରୀଦଳ ନିଷ୍ପତ୍ତି ନେବେ । କୋଲକାତାର ଘରୋଇ ଡାକ୍ତରଖାନାରେ ଏକମୋ ସହାୟତାରେ ଚାଲିଛି ଚିକିତ୍ସା । ଉଭୟଙ୍କ ପାଇଁ ପ୍ରତିଦିନ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଟଙ୍କା ଯୋଗାଡ ପାଇଁ ନିବେଦନ କରିଛନ୍ତି ଉଭୟଙ୍କ ପରିବାର ।