ପୁଣି ଥରେ ଅମ୍ରିତଙ୍କ ପାଇଁ ହାତ ବଢ଼ାଉ ଓଡ଼ିଶା । ଫୁସଫୁସ୍ ପ୍ରତିରୋପଣ ପରେ ପରବର୍ତ୍ତୀ ଚିକିତ୍ସା ପାଇଁ ବାଧକ ସାଜିଛି ଟଙ୍କା ।

142

କନକ ବ୍ୟୁରୋ: ପୁଅର ଚିକିତ୍ସା ପାଇଁ ଅଭାବ ପଡିଛି ଟଙ୍କା । ହାତ ଯୋଡି ସାହାଯ୍ୟ ମାଗୁଛି ମା । ଆମେ କହୁଛୁ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଅମ୍ରିତ ପ୍ରଧାନଙ୍କ ମାଙ୍କ କଥା । ଅମ୍ରିତଙ୍କର ଫୁସଫୁସ ପ୍ରତିରୋପଣ ସରିଛି । କୋଟି କୋଟି ଟଙ୍କା ଖର୍ଚ୍ଚ ବି ହେଲାଣି । ଆଗାମୀ ଚିକିତ୍ସା ପାଇଁ ସମ୍ଭଳ ସରିବାରେ ଲାଗିଛି । ଆଉ ଏପରି ସ୍ଥିତିରେ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହାତ ପତେଇଛନ୍ତି ଅମ୍ରିତଙ୍କ ମା ।

ଦୀର୍ଘ ୫ ମାସ ହେବ ମେଡିକାଲ ବେଡରେ ଶୋଇ ରହିିଛି ପୁଅ ଅମ୍ରିତ । ୧୪୧ ଦିନର ଇକମୋ ଚିକିତ୍ସା ଚାଲିଲା , କିନ୍ତୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିନାହାଁନ୍ତି ଅମ୍ରିତ୍ । ଏବେ ବି ଅନେକ ବାଟ ଯିବାକୁ ଅଛି । ଫୁସଫୁସ ପ୍ରତିରୋପଣ ସରିଛି, ଏହାରି ଭିତରେ ଖର୍ଚ୍ଚ ବି ହୋଇଗଲାଣି ଅଢେଇ କୋଟି । ମିଲାପ ମାଧ୍ୟମରେ ଏକ କୋଟି ୧୨ ଲକ୍ଷ ସାହାଯ୍ୟ ମିଳିବା ସହ ବନ୍ଧୁ ପ୍ରିୟଜନ ବି ସାହାଯ୍ୟର ହାତ ବଢାଇଛନ୍ତି । ସଂଚୟ କରିଥିବା ସବୁ ଟଙ୍କା ବି ଧିରେ ଧିରେ ସରିଆସିଲାଣି । କିନ୍ତୁ ପୁଅକୁ ବଂଚାଇବା ପାଇଁ ପାଖରେ ଆଉ ଟଙ୍କା ନାହିଁ ।

କୋଭିଡରେ ପୀଡିତ ହେବା ପରେ ଅମ୍ରିତ ପ୍ରଧାନଙ୍କର ଫୁସଫୁସ ଜନିତ ସମସ୍ୟା ହୋଇଥିଲା । ଗତ ଜୁନ୍ ୩ ତାରିଖରେ ଭୁବନେଶ୍ୱରରୁ ଅମ୍ରିତଙ୍କୁ ଏୟାରଲିଫ୍ଟ କରି ଚେନ୍ନାଇ ନିଆଯାଇଥିଲା । ଅମ୍ରିତଙ୍କୁ ବଞ୍ଚାଇବା ପାଇଁ ଦେଶର କୋଣ ଅନୁକୋଣରୁ ଅନେକ ସାହାଯ୍ୟର ହାତ ବଢାଇଥିଲେ, ଘରେ ଘରେ ପ୍ରାର୍ଥନା ବି ଚାଲିଥିଲା । ପୁଅକୁ ବଞ୍ଚାଇବା ପାଇଁ ପୁଣି ଥରେ ଏକଜୁଟ ହେବାକୁ ନିବେଦନ କରିଛନ୍ତି ଅମ୍ରିତଙ୍କ ମା । ତେବେ ସାହାଯ୍ୟ କରିବା ପାଇଁ ଚାହୁଁଥିଲେ, ଆପଣ ମଧ୍ୟ ଅମ୍ରିତଙ୍କ ପାଇଁ କିଛି ଯୋଗଦାନ କରିପାରିବେ…

ଏହି ଖାତାରେ ଟଙ୍କା ଡିପୋଜିଟ କରିପାରିବେ

  • ସତ୍ୟନାରାୟଣ ପ୍ରଧାନ
  • ଆକାଉଣ୍ଟ ନଂ- ୩୧୦୫୨୫୮୪୭୭୭
  • ଆଇଏଫଏସସି କୋଡ : ଏସବିଆଇଏନ୦୦୧୮୩୮୩
  • କଳିଙ୍ଗ ବିହାର ବ୍ରାଞ୍ଚ, ଭୁବନେଶ୍ୱର

ସେହିପରି ୯୮୬୧୨୨୪୯୪୨ ନମ୍ବରରେ ଫୋନପେ, ଗୁଗଲପେ ଓ ପେଟିମ କରିପାରିବେ