କନକ ବ୍ୟୁରୋ: ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ଅଖିବୁଜିଲେ ଅମ୍ରିତ । ନିକଟରେ ଅମ୍ରିତଙ୍କ ହୋଇଥିଲା ଫୁସଫୁସ ପ୍ରତିରୋପଣ । ଅମ୍ରିତଙ୍କ ବିୟୋଗ ନେଇ ସୂଚନା ଦେଇଛନ୍ତି ତାଙ୍କ ଭଉଣୀ । କରୋନାରେ ଆକ୍ରାନ୍ତ ହେବା ପରେ ଗୁରୁତର ହୋଇଥିଲେ ଅମ୍ରିତ । ଏହାପରେ ଭୁବନେଶ୍ୱରରୁ ଅମ୍ରିତଙ୍କୁ ଚେନ୍ନାଇକୁ ଏୟାରଲିଫ୍ଟ କରାଯାଇଥିଲା । ଅର୍ଥ ସଂଗ୍ରହ ପାଇଁ ‘ମିଲାପ’ର ନିଆଯାଇଥିଲା ସହଯୋଗ ।
କରୋନାରେ ପୀଡ଼ିତ ହୋଇ ଅମ୍ରିତଙ୍କ ଫୁସଫୁସ୍ ସଂକ୍ରମିତ ହୋଇଥିଲା। ତାଙ୍କୁ ଏକମୋରେ ଚିକିତ୍ସା କରାଇବା ଜରୁରୀ ହୋଇପଡ଼ିବାରୁ ପରିବାରଲୋକ ଜୁନ୍ ୩ ତାରିଖ ଦିନ ଅମ୍ରିତଙ୍କୁ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଭୁବନେଶ୍ବର ଏମସରୁ ତାଙ୍କୁ ଏୟାରଲିଫ୍ଟ କରାଯାଇ ଚେନ୍ନାଇ ନିଆଯାଇଥିଲା। ସେଠାରେ ଦୀର୍ଘ ଦିନ ଧରି ତାଙ୍କର ଏକମୋ ଚିକିତ୍ସା ଚାଲିଥିଲା। ସ୍ବାସ୍ଥ୍ୟରେ ଉନ୍ନତି ପାଇଁ ଅମ୍ରିତଙ୍କର ଟ୍ରାକୋଷ୍ଟୋମି ଅସ୍ତ୍ରୋପଚାର କରାଯାଇଥିଲା। ଏହା ପରେ ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଆସିଥିଲା। ଫଳରେ ସେ ଠାର ମାଧ୍ୟମରେ କଥାବାର୍ତ୍ତା କରିପାରୁଥିଲେ। କିନ୍ତୁ ଫୁସଫୁସ୍ରେ କୌଣସି ପ୍ରକାର ଉନ୍ନତି ଦେଖା ନଦେବାରୁ ହସ୍ପିଟାଲ ପକ୍ଷରୁ ଫୁସଫୁସ୍ ପ୍ରତିରୋପଣ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/11/WhatsApp_Image_2021-06-17_at_6.26.19_PM_fg4krk_1623937559.jpg)